STORYMIRROR

Anupama Sahu

Others

3  

Anupama Sahu

Others

ଏକାକୀ ଜୀବନେ

ଏକାକୀ ଜୀବନେ

1 min
158

॥୧॥

ଏକାକୀ ଜୀବନେ 

ପଥରେ ଆକୁଳେ 

ଝରାଉଛି ମୁଁ ଲୋତକ  

କବି ହେ ମୁଁ ପରା

କବିତା ପ୍ରେମିକା

ତୁମର ପ୍ରେମ ଆଲୋକ ॥

॥ ୨॥

ପ୍ରେମିକାପଣରେ 

ସୁନାରଙ୍ଗ ମାଖେ

ହୃଦୟରେ ନୀରବରେ 

ଏକାକୀ ଜୀବନେ

ସାହିତ୍ୟ ସାଧନା 

ପ୍ରବୃତ୍ତି ଉନ୍ମତ୍ତ କରେ ॥ 

॥୩॥

ଅଦୃଶ୍ୟ ନଈଟେ 

ଏଇ ଦେହ ମୋର

ବହୁଥାଏ କଳକଳ 

ପରକୀୟା ଭାଷା

ଜଗାଏ ନିରାଶା

ହୃଦ ମୋ ହୁଏ ବିକଳ ॥

॥୪॥

ଗୀରିଷମ ତାପ

ଶୀତର ପ୍ରକୋପ

ମାନେ ନାଇଁ ଏଇ ମନ 

ପ୍ରୀତିର ଅସରା

ପ୍ରଣୟ ପସରା

ପ୍ରାପ୍ତିରେ ହୁଏ ମଗନ ॥

॥ ୫॥

ଛଳନାର ମୁଖା

ପିନ୍ଧା ସମାଜେ

ପିଞ୍ଜରା ଆବଦ୍ଧ ଶୁଆଟିଏ 

ଅନ୍ତରେ ଗୋପନ

ଇଚ୍ଛାର ସୋପାନ

ଆରୋହଣ ପାଇଁ ମନ ଚାହେଁ ॥

॥ ୬॥

ତମ ମୁହଁ ଖୋଜେ

ପୀରତିରେ ଭିଜେ

ଆଶ୍ରୟ ଲୋଡେ ବିକଳରେ 

କ୍ଷଣିକ ପ୍ରାପ୍ତିର

ଯୁଗ ଯୁଗାନ୍ତର

ଦହନ ବ୍ୟଥା କି ନାଶକରେ ?

॥୭॥

ଘନ ଅନ୍ଧକାରେ 

ତୁମେ ନିଶାକର

ସାଜି ଆସିଅଛ ପ୍ରିୟତମ ?

ଏକାକୀ ଅଗସ୍ତି 

ଶୋଷିବା ସମୁଦ୍ର

ଚିତ୍ତରେ ବିଚାର ଆସେ ମମ ॥

॥୮॥ 

ଏକଲା ଜହ୍ନ ପା

ଶୀତଳ କରଇ 

ଏଇ ସୁବିଶାଳ ଆମ ଧରା

ଏକା ଅରଜୁନ

ଲାଖ ବିନ୍ଧିଥିଲା

ହନୁ ଏକା ଲଙ୍କା ପୋଡ଼େ ପରା ॥

॥୯॥

ଏକ୍ ଲା ଚାଲିବା

ଅଟକି ନ ଯିବା 

ଜୀବନର ଏହା ଧୃବ ସତ୍ୟ 

କହିଛନ୍ତି ଆମ 

ବିଶ୍ୱ ଗୁରୁ ବର

ଟାଗୋର ସେ ରବୀଇନ୍ଦ୍ରନାଥ ॥

॥ ୧୦॥

ଏକ ଚକ୍ରେ ରଥ

ଚାଲୁଥିଲା ବୋଲି

ଶରୀର ଭେଦରେ ଭୀମଭୋଇ 

ସରସ ଛନ୍ଦରେ

କବିତାରେ ପରା

ବାରତା ଅଛନ୍ତି ଜନେ ଦେଇ ?॥

॥୧୧॥

ଏକାକୀ ନିସଙ୍ଗ 

ହୁଏ ଅନୁଭବ

ଏକା ଆସି ଏକା ଯିବା ସାର 

ଏକାକୀ ଜୀବନେ

ସାଧିବି ମହତ କର୍ମ ଭାର ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍