STORYMIRROR

Anupama Sahu

Abstract Tragedy

3  

Anupama Sahu

Abstract Tragedy

ଅବସୋସର ଧୂଆଁ

ଅବସୋସର ଧୂଆଁ

1 min
112


*ଅବସୋସର ଧୂଆଁ* ର କୁଣ୍ଡଳୀ ଉଠି

 ଚୁଲିରୁ ବ୍ୟାପିଛି ଆକାଶ,

ଠିକ୍ ନଦୀ ସ୍ରୋତପରି 

ତମାମ୍ ଜୀବନର ଲମ୍ବା ଆୟୁଷ 

ଜୀଇଁବାର ସ୍ୱପ୍ନ ପାଲଟେ 

ଏଠି ପଲକରେ ଆଞ୍ଜୁଳେ ପାଉଁଶ,

ଜୀବନରେ ଲାଗିରହେ ସର୍ବଦା ଅନିବାର୍ଯ୍ୟ

 ସଂଘର୍ଷ..ଘାତ ପ୍ରତିଘାତରେ 

*ଅବସୋସର ଧୂଆଁ* ରେ ଆକ୍ତାମାକ୍ତା 

 ଏଇ ଏକାନ୍ତ ଆଦିମ ମଣିଷ  ।


ଯେବେ ପ୍ରେମକଲି ପ୍ରିୟାର ମନକୁ ଦେହକୁ ସଜାଡିଲି

ପଥରକୁ ଶାଳଗ୍ରାମ କଲି ଖଟୁଲିରେ ରଖି

ଷୋଡଶ ଉପଚାରରେ ପୂଜିଲି ,

ଷୋଡଶୀ ରୂପରେ ସ୍ମୃତିର ଶେଜରେ

କଳ୍ପନା ମନ୍ଦିରେ ନିରେଖି ନିରେଖି 

ଅସଂଖ୍ଯ ଶୂନ୍ୟତା

ନିରାଶର ମରୁବାଲି

ରାଶି ରାଶି ଦୁଃଖର ଗଣ୍ଠିଲି 

ମୋ ପ୍ରେମିକା ପ୍ରିୟା ଅନୁତପ୍ତା

ଏବେ ତମ ମୋ ଜୀବନ ଖାତାରେ

 ଅସମାପ୍ତ ରଫ୍ କରା କବିତା.. ।


ରୁନ୍ଧି ହୁଏ ଏ ପ୍ରେମିକ ମନ ପ୍ରାଣ

 *ଅବସୋସର ଧୂଆଁ* ରେ 

ଅସହାୟତାର ରୁଦ୍ଧ ଅନ୍ଧାରୀ ନିବୁଜ

 କୋଠରୀର ଏକ୍ଲା ଏକ୍ଲା ପଣ

ମାପି ଚୁପି ଚାଲୁଥିବା କାମନାର ଲାଭା 

 ଆଗ୍ନେୟଗିରି ମେଗ୍ମା ପ୍ରକୋଷ୍ଠରୁ ଛିଟ୍କିପଡେ

ଉତ୍ସ କୂପର ଜଳ ଧାରା ପରି..

ପ୍ରେମିକାର ଚକ୍ଷୁ ବିସ୍‌ଫୋରିତ

ବିସ୍ମୟରେ ଭରା ଲୋହିତ ଲୋହିତ, 

ସେ ବେଳେ ପ୍ରେମିକ ମୁଁ କ୍ଲାନ୍ତ ଶ୍ରାନ୍ତ  

ଜୋକପରି ଲୋଚାକୋଚା ନିରସ୍ତ ।


ଏ ପାହାଡ ନଦୀ ଓ ଝରଣା

ଆଖି ହୁଏ ମୁଦି ଅସ୍ପଷ୍ଟ ଛବିରେ

*ଅବସୋସର ଧୂଆଁ* ରେ 

ଛଟପଟ ଲାଗେ ମନ ସୁପ୍ତ ଯଉବନେ

ନିଆଁ ଲାଗେ ତନୁରେ

ଆଶାଫୁଲ ଫୁଟିବା ନାମ ଧରେନା

ଆଦୌ କେବେବି ହାଇ ମାରିମାରି

ରାତି ପାହି ଯାଏ ..

ବିଛଣା ଲୋଚା ହୁଏନା..

ଠିକ୍ ଇସ୍ତ୍ରୀ ଦେଲା ଚାଦର ପରି 

ମାର୍ବଲ ଚଟାଣ ପରି ଚିକ୍ ଚିକ୍

ତରଳ ରୂପା ସୁଅ ସରି

*ଅବସୋସ ଧୂଆଁ* ରେ 

ମନ ଯାଏ ମରି ମରି

ଦେହଟା ଶୋଇଯାଏ ଅସାଡ ନିର୍ମୋକ

 ପରି..ପରାସ୍ତ ସୈନିକ ପରି 

ଜୀବନ ଯୁଦ୍ଧରେ ହାରି ।



   

    


Rate this content
Log in

Similar oriya poem from Abstract