STORYMIRROR

Anupama Sahu

Abstract

4  

Anupama Sahu

Abstract

ଭଡାଘର

ଭଡାଘର

1 min
289


ଘର

ହଁ ହଁ ଘର

ଭଡା ଘର ହଉ କି ନିଜର 

ଘର ଟିଏ ଲୋଡ଼ା ପା ଆମର

ନିହାତି ଲୋଡ଼ା

ଘରର ବ୍ୟାକରଣଗତ

ବିଶେଷଣ ଚାଳ ଛପର ଝାଟିମାଟି

ଇଟା ସିମିଟି ହେଇଥାଉ ପଛେ

ଗୋଟେ ବାଡ ଥିବ ତ ନିତାନ୍ତ ନା

ଅଦୃଶ୍ୟ ବନ୍ଧନର ବାଡ

ସ୍ନେହର ଝାଟି

ପ୍ରେମର ବତା

ଶରଧାର ଡୋର

ଦୃଢତାର ପଥର ନିଅଁ

ଧସ୍‌କି ଯାଇପାରେ ନା କେବେ ବି

ନିଜର ମନ ଭଡ଼ା ନୁହେଁ ଖାଲି

ଏଠି ବାକି ସବୁ ଭଡ଼ା

ମନବାନ୍ଧି ରଖେ ନିଜ ଘର

ଦେହ ଛନ୍ଦି ହୁଏ ଭଡା ଘରେ

ଚିନ୍ତା କରିଦେଖିଲ ନିଜେ

କେତେବେଳେ ଘରଟିଏ ଲୋଡା କାହିଁକି ଯେ

ଏ ଦୁନିଆଁଟା ପାନ୍ଥ ଶାଳା ପରା

ମୁଁ କହିଲି ମୋ ଅଭିଜ୍ଞତାରୁ

ଜନ୍ମଲାଗି କି ବାହାଘର

ବାସର ରାତି ଲାଗି

ରାସ୍ତାକଡ ଡଷ୍ଟବିନ୍‌

କି ଫୁଟ୍ ପାଥ୍ ବି ଚ଼ଳିଯିବ

କିନ୍ତୁ ମରିବାକୁ ତ ଘରଟିଏ

ଦରକାର ଅନ୍ତଃତ ନା

ଭଡାଘର ମାଲିକ ମରିବାକୁ

ଅନୁମତି ଦିଏ ନା

ବାହାରେ ମର ମୋ ଘରେ

କିଆଁ ମରିବୁ ଯେ

ଅଶୁଦ୍ଧ ହବନି ମୋ ଘର ନା

ଭଡାଘର ମଶା ଝୁଣି ଦିଏ 

ଭଡା ବାଲା ପରି

ମାଛି ବସେ ଉଠେ ନି ଥାଳିରୁ

ମୂଷା ଖାଲ ଖମା କରିପକାଏ

ଘରରଚଟାଣ

ସମସ୍ତେ ଏଠି ମାତବର

ଭଡା ମାଲିକର ଲଫଙ୍ଗା

ପୁଅଟା ପରି

ଶୁଣ ମ ସରିନି ପା 

ଭଡା ଘରେ ଯଦି ଦୈବାତ୍‌

ମରିଗଲୁ ତେବେ

ମାଲଭାଇ ଆଗ ପ୍ରଶ୍ନ କରିବେ

ତୁଇ ନିଜର୍ ଘରେ ଅଛୁ କି

ଭାଡା ଘାରେ ବାବୁ

ସେମାନେ କଣ ବୁଝନ୍ତି କେଜାଣି

କିନ୍ତୁ ମୁଁ ଏତିକି ବୁଝେ ଯେ,

ଏ ନିଜ ଦେହଟା ବି ଗୋଟେ 

ଭଡା ଘର ଆମର

ନୁହେଁ ବା ସମସ୍ତଙ୍କର 

ସଭିଙ୍କ ଗୋଚ଼ରେ

ତଥାପି ଏସତ୍ୟ ତଥ୍ୟ

ଚିରକାଳ ଭଡାଘର 

ମାୟା ପରି ଅଗୋଚର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract