STORYMIRROR

Pratap Chandra Mishra

Abstract Others

4  

Pratap Chandra Mishra

Abstract Others

ପବନ

ପବନ

1 min
171


ଭିଜା ବସନ୍ତ ରେ ମୃଦୁ ମଳୟ ଛିଟା

ଭେଦି ଯାଉଥାଏ ପିକ ତାନ

କେଉଁ ଲୁକାଇତ ଇଲାକାରେ ଆଉ

ମନେ ହେଜିବାକୁ କେବଳ ଶକ୍ତ କର କିମ୍ପାଇଁଁ?

ହାଲକା ଫଗୁ ର ଚେହେରା

ମିତର ଇତର ସ୍ପର୍ଶ ହେଜାଇ ଦିଅ ଚୁମ୍ବକେ ଚୁମ୍ବକେ,

ସତେ ତୁମ ବିନା ସବୁ ନିରର୍ଥକ ।


ଅବସ୍ଥିତି ଅଛି ବୋଲି 

ବସନ୍ତ ନାରାଜ ପ୍ରତ୍ୟାବର୍ତ୍ତନ ପାଇଁ,

ହେଲେ ସହଯୋଗ ଚାହେଁ ସବୁବେଳେ

ହେ ପବନ ତୁମେ ସହଚରୀ ଟିଏ ହୋଇ

ସଦା ବହିଚାଲୁଥାଅ,

ଅବୟବ ରେ ଆଲୋଡନ ଖେଳାଇ

ଜୀବନ ସୁରକ୍ଷା ମନ୍ତ୍ର ଦୀକ୍ଷା ରେ ଦୀକ୍ଷିତ କରି....।


ହେ !ପବନ ସତରେ ତୁମ କ୍ଷଣିକ ନିଶ୍ଚଳ ପ୍ରଳୟ ବାର୍ତ୍ତା ଦେଇଥାଏ

ଆଉ ପ୍ରବଳ ତମ ହେଲେ ବି ବିଲୟ ସାଥିରେ ରହେ ,

ତୁମେ ପ୍ରାଣୀ ସହଯୋଗୀ ଟିଏ ହୋଇ 

ମନ୍ଦ ମନ୍ଦ ସୁବାସିତ ପୁଷ୍ପ ସୁରଭି

ସହ ମିଶି ମୃଦୁ ବାଆ ନେଇ ପ୍ରକୃତି ବକ୍ଷରେ

ଧୀରେ ବହୁ ଥାଅ,

ମନ କନ୍ଦର ରେ ଅଭିନବ ଶିହରଣ ଖେଳାଇ....,।

ତୁମ ମହାନତା ସାବ୍ୟସ୍ତ କରି,

ସତରେ ହେ!ପବନ ତୁମେ ଏତେ ମହାନ୍.....l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract