Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratap Chandra Mishra

Classics

4  

Pratap Chandra Mishra

Classics

ଦେବ ଦୀପାବଳୀ

ଦେବ ଦୀପାବଳୀ

1 min
209



କାର୍ତ୍ତିକ ମାସର ପୂର୍ବ ପର ପାଞ୍ଚ

ଉତ୍ସବ ପାଳନ ଦିନ

ଆଲୋକ ର ପର୍ବ ଦୀପାବଳି ନାମେ

ମର୍ତ୍ତ୍ୟରେ ପାଳନ୍ତି ଜନ I


ପ୍ରଦୀପ ଜଳାଇ ଆଲୋକ ମୁରୁଜ

ବୁଣନ୍ତିି ଘର ବାହାର ଅଗଣା

ପିତୃ ପୁରୁଷଙ୍କୁ ପିଣ୍ଡ ଦାନ ଦ୍ୟନ୍ତି

ପୟା ଶ୍ରାଦ୍ଧ ନାମେ ଏ ଦିନ ଜଣା I


ବୈଜ୍ଞାନିକ ନୀତି ଅନୁଶୀଳନ କଲେ

ଜଣାଯାଏ କୃଷି ଭିତ୍ତିକ ଏ ପର୍ବ

ପ୍ରାଚୀନ କଳିଙ୍ଗ ପୋକ ନିୟନ୍ତ୍ରଣ ପାଇଁ

ଶିଖା ପ୍ରଜ୍ବଳିତ ବିଧାନ ସର୍ବ I



ରୋଗ ପୋକ ଯେତେ ଦମନ ପ୍ରକ୍ରିୟା

ଦିହୁରୀ,ମଶାଲ ,ଲଣ୍ଠନ ଜାଳି

ଧାନ ଏନ୍ତୁଡ଼ିଶାଳ ଥିଲା ଏ ଓଡ଼ିଶା

ଶସ୍ୟ ସୁରକ୍ଷା ରେ ଧ୍ୟାନ ଢାଳି I


ପୌରାଣିକ ଗାଥା କିମ୍ବଦନ୍ତୀ ଅଛି

ରାବଣ ନିପାତ କରି ଶ୍ରୀ ରାମ

ଅଯ୍ୟୋଧ୍ୟା ଫେରିଲେ ସ୍ୱାଗତେ ତାଙ୍କର

ଆଯ୍ୟୋଧ୍ୟା ବାସୀ ଦୀପ କଲେ ପ୍ରଜ୍ବଳନ I


 ପାତାଳ ପୁରୀ ରୁ ମହାଦାନୀ ବଳି

ବର ପାଇଲେ ଆସିବେ ମର୍ତ୍ତ୍ୟ

କାର୍ତ୍ତିକ ଶୁକ୍ଳ ର ପ୍ରତିପଦା ଦିନ

ପ୍ରଦୀପ ଜାଳି ପ୍ରଜା କରନ୍ତି ସ୍ଵାଗତ I


କୃଷ୍ଣ ଚତୁର୍ଦ୍ଦଶୀ ନରକାସୁର ନାଶି

ଚଉଷଠି ସହସ୍ର ରାଜ କନ୍ୟା ଉଦ୍ଧାର

ପାରିଜାତ ପୁଷ୍ପ ସତ୍ୟଭାମା ହସ୍ତେ

ଶ୍ରୀ କୃଷ୍ଣ ଏ ଦିନେ ଦେଲେ ଉପହାର I


ମହାବୀର ଜୈନ ନିର୍ବାଣ ର ଦିନ

ରଖିବା ପାଇଁ ସ୍ମାରକୀ

ଦେବ ଦୀପାବଳୀ ପ୍ରଦୀପ ପ୍ରଜ୍ୱଳି

ଜ୍ଞାନ ଆଲୋକ ସନ୍ଧାନେ ଯା ' ନ୍ତିି ଚଳି I


ସମଗ୍ର ଭାରତେ ଦିବ୍ୟ ଜନନୀ ଙ୍କ

ପୂଜା ହୁଏ ନା ନା ରୂପେ

ଓଡ଼ିଶା,ବିହାର,ବଙ୍ଗଳା, ଆସାମେ

 କାଳୀ ମା ଙ୍କ ପୂଜା ଶୋଭେ I


 କାର୍ତ୍ତିକ ଅମାବାସ୍ୟା ଦିନ ଦୀପାବଳି

ଦୀପ ଜାଳି ଆତସବାଜି ଫୁଟେ ବାଣ 

ସ୍ନେହ,ମୈତ୍ରୀ,ଖୁସି ଭାଇଚାରା ପର୍ବ

ପିଠା ମିଠା ବଣ୍ଟା ପ୍ରତି ଘରେ ହୁଏ ପାଳନ I


Rate this content
Log in

Similar oriya poem from Classics