STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ବର୍ଷାଋତୁ

ବର୍ଷାଋତୁ

1 min
386


ଏଇ ବହୁବର୍ଣ୍ଣା ବର୍ଷା ଋତୁ

କାହା ପାଇଁ କେମିତି?

ମାଟିର ମଣିଷ କୃଷକ

ପାଇଁକି ଅଟେ ଦାନାପାଣି

ଲୋଟେ ସେ କାଦୁଅ ପଙ୍କରେ

ଖେଳାଏ ସୁନାର ଫସଲ କ୍ଷେତରେ

ଆହାର ଦିଏ ଦୁନିଆ ତୁଣ୍ଡରେ!!

ଦିନ ମଜୁରିଆ ପାଇଁ ଅନାହାର

ରହେ ସେ ଉପବାସରେ

ଚୁଲି ତାର ଜଳେନି

ଅନ୍ନ ମୁଠେ ଜୁଟେନି

ବିନା ମଜୁରି ପ୍ରାପ୍ତିରେ!!

କୂଟୀର ନିବାସୀ ର ଦୁଃଖ

କହିଲେ ନ ସରେ

ଘର ଭିତରେ ଭାଙ୍ଗେ ଲହଡି଼

ଖେଳେ ରାସ କେଳି

ଏଇ ଅମାନିଆ ବର୍ଷା ପାଣି!!

ଚପଳମତି ବିଦ୍ୟାର୍ଥୀ ଲେଖେ

ରଚନା "ବର୍ଷାଋତୁ"ର

ମୁଖର ବର୍ଣ୍ଣନା ତା'ର ଖାତାରେ

ମନ ଭରିଗଲେ କାଗଜ ଚିରି

ଭସାଇଦିଏ ଡଙ୍ଗା କରି ଗାଁ ଦାଣ୍ଡରେ!!

ଅନୁଭବ ରହିତ ବିଳାସୀ ସାହିତ୍ୟିକ

ବାତନୁକୁଳିତ ପ୍ରେକ୍ଷାଳୟରେ

ବହୁ ଆଡମ୍ବରରେ ଜମାନ୍ତି କବିତା ଆସର

କରନ୍ତି ସୌଖିନ ସାହିତ୍ୟ ସାଧନା

ଚତୁର୍ମାସ୍ୟା ରେ ବାଣୀ ଆରାଧନା!!

ବହୁରୂପୀ ବହୁବର୍ଣ୍ଣା ଏଇ ବର୍ଷାରତୁ

କେବେ ବର୍ଣ୍ଣିଳ ସ୍ବପ୍ନିଳ ଇନ୍ଦ୍ରଧନୁ

ତ କେବେ ତାଣ୍ଡବର ବିଭିଷିକା

ପ୍ରେମୀ ଲାଗି ପ୍ରଣୟର ଛିଟା

ତ ବିରହୀ ଲାଗି ଅଗ୍ନି ପିଣ୍ଡୁଳା!!

ଏଇ ବର୍ଷାଋତୁ ସାଥେ ତାର

ଆଣେ କେବେ କରାଳ ବନ୍ୟା

ତ କେବେ ପ୍ରଳୟଙ୍କାରୀ ଘୂର୍ଣ୍ଣିଝଡ଼

ଭାଙ୍ଗିଦିଏ ବିପନ୍ନ ର ପିଞ୍ଜରା ହାଡ଼!!

ଏଇ ବହୁରଙ୍ଗୀ ବର୍ଷାଋତୁ

କାହା ପାଇଁ ଦାରୁଣ ବିପତ୍ତି

ତ କାହା ପାଇଁ ମିଳନର ମଧୁରାତ୍ରୀ

ବଡ଼ ବିଚିତ୍ର ତା' ମତିଗତି

କ୍ଷଣି କ୍ଷଣି ବଦଳାଇ ଚିତ୍ରଲିପି

ଆଙ୍କେ କାହାର ସମୃଦ୍ଧି

ତ ଆଉ କାହାର ଦୁର୍ଗତି!!



Rate this content
Log in

Similar oriya poem from Abstract