STORYMIRROR

Pt.Abhaya Kumar Tripathy Sharma

Classics

4  

Pt.Abhaya Kumar Tripathy Sharma

Classics

ବାଳି ମୋକ୍ଷ

ବାଳି ମୋକ୍ଷ

1 min
348


ବସୁମତୀ ଭାରା ଉଶ୍ୱାସ ନିମନ୍ତେ

    ଚତୁର୍ଦ୍ଧା ମୂରତି ରୂପେ

ଶ୍ରୀରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ

   ରଘୁବଂଶେ ଜନ୍ମି ଆପେ l


ବନବାସ ବେଳେ ରାବଣ ହରିଲା

   ମାୟାରେ ସତୀ ସୀତାଙ୍କୁ

ଜଟାୟୁ ଉଦ୍ଧରୀ କବନ୍ଧ ନିବାରି

    ମିଳିଲେ ରାମ ହନୁଙ୍କୁ l


ପ୍ରଭୁଙ୍କ ଦର୍ଶନ ପାଇ ହନୁମାନ

    ଶକତି ଫେରି ପାଇଲା

କନ୍ଧରେ ବସାଇ ଶ୍ରୀରାମ ଲକ୍ଷ୍ମଣ

    ସୁଗ୍ରୀବ ପାଶେ ମିଳିଲା l


ଅଗ୍ନି ସାକ୍ଷୀ ରଖି ମଇତ୍ର ବସିଲେ

     ବେନିଜନେ ଏକ ଦଶା

ବାଳିର ଚରିତ୍ର ସୁଗ୍ରୀବଠୁ ଶୁଣି

     ବଧିବେ ଲାଗିଲା ନିଶା l


ସମ୍ମୁଖ ଯୁଦ୍ଧରେ ବାଳି ବଳବାନ

      ଶତ୍ରୁର ଅର୍ଦ୍ଧେକ ବଳ

ହରଣ କରିବା ଆଶୀର୍ବାଦ ଅଛି

     ବଢିଯାଏ ତାର ବଳ l


ବର ସେ ପାଇଛି ସପତ ତାଳକୁ

    ଏକ କାଣ୍ଡେ ଯେ ଛେଦିବ

ତାହାର ହାତରେ ବଳବାନ ବାଳି

     ନିଶ୍ଚୟ ବିନାଶ ହେବ l


ସୁଗ୍ରୀବର ବୀର ଘେନିଲେ ସଙ୍ଗର

     ରାମ ଲକ୍ଷ୍ମଣଙ୍କୁ ସେଥି

ଏକା କାଣ୍ଡକରେ ରାମ ରଘୁବୀର

     ସପ୍ତତାଳ ଛେଦି ଗୁନ୍ଥି l


ବିଚାର କରିଲେ ଯୁଦ୍ଧକୁ ପେଶିବେ

    ସୁଗ୍ରୀବଙ୍କୁ ବାଳି ପାଶେ

ଶୁଣି ସୁଗ୍ରୀ ବୀର ଚଳିଲା ସତ୍ୱର

   ସିଂହଦ୍ୱାରେ ରଣ ଘୋଷେ l


ଡାକରା ଯୁଦ୍ଧର ପାଇ ବାଳି ବୀର

    ନଗ୍ରରୁ ବାହାର ହେଲା

ସୁଗ୍ରୀବର ପାଇ ତାତ୍ସଲ୍ୟେ ହସଇ

    ଅକ୍ଳେଶେ ପରାସ୍ତ କଲା l


ପରାଜୟ ଗ୍ଲାନି ସୁଗ୍ରୀବର ଘେନି

    ଶ୍ରୀରାମ ପାଶେ ମିଳିଲା

ପୁନର୍ବାର ରାମ ଯୁଦ୍ଧକୁ ପେଶିଲେ

   ଗଳେ ଦେଲେ ପୁଷ୍ପମାଳା l


ବେନି ଭାଇଙ୍କର ସ୍ୱରୂପ ଯେ ଏକ

    କେବଳ ମାଳା ସଂକେତ

ଦୂରୁ ଥାଇକରି ଶ୍ରୀରାମ ଦେଖିଲେ

    ମନେ ହେଲେ ହରଷିତ l


ସୁଯୋଗକୁ ଦେଖି ଦିବ୍ୟ ଅସ୍ତ୍ର ଯୋଖି

    କାଣ୍ଡେକ କଲେ ପ୍ରହାର

ବକ୍ଷେ ତୀକ୍ଷ୍ଣ ବାଣ ଭେଦେ କପିରାଣ

     ଟଳିପଡିଲା ଧରାର l


ଧାଇଁଗଲେ ରାମ ବାଳିର ନିକଟେ

    କରଯୋଡ଼େ କପିସାଇଁ

ଆହେ ପରଂବ୍ରହ୍ମ ମୁଁ ଅତି ଅଧମ

     କପଟ କଲ କିମ୍ପାଇ l


ଘେନ ମୋର ପ୍ରାଣ ଆପଣା ଭୁବନ

     ମୋକ୍ଷ ଦିଅ ପ୍ରଭୁ ବାରେ

କିଛି ଉପଦେଶ ଘେନ ହେ ଶ୍ରୀରାମ

     ଲାଗିବ ତୁମ କର୍ମରେ l


ଉପଦେଶ କହି ପ୍ରାଣ ଛାଡି ଦେଇ

     ମିଶିଲା ପ୍ରଭୁଙ୍କ ହୃଦେ

ଉଦ୍ଧାର କରନ୍ତି ଜଗତ କରତା

    ସଂସାର ଥିଲେ ପ୍ରମାଦେ l


Rate this content
Log in

Similar oriya poem from Classics