Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pt.Abhaya Kumar Tripathy Sharma

Classics

4  

Pt.Abhaya Kumar Tripathy Sharma

Classics

ଦେବୀ ବାସନ୍ତୀ

ଦେବୀ ବାସନ୍ତୀ

1 min
396



 ( ରାଗ :- କଳହଂସ କେଦାର )


ଋତୁରାଜ ଆସନ୍ତେ ଧରା ବକ୍ଷରେ l

ନୂତନ କିଶଳୟ ପାଦପ ଧରେ ଯେ ll

କିଂଶୁକ ବନ ଦିଶେ ଅରୁଣ ଶୋଭା l

ଚ୍ୟୁତ ବକୁଳ ବାସ କି ମନଲୋଭା ଯେ ll


ନାନାବର୍ଣ୍ଣ କୁସୁମ ବାସ ମହକେ l

ଶୁକ କୋକିଳ ଶାରୀ ପିକ ଓ ଭେକେ ଯେ ll

ଆର୍ତ୍ତ ମଦନେ ସର୍ବେ କୁସୁମକରେ

ବାସନ୍ତୀ ବିଜେକଲେ ପୃଥ୍ଵୀ ପୃଷ୍ଠରେ ଯେ ll


ବସନ୍ତେ ଆଗମନ "ଦେବୀ ବାସନ୍ତୀ" l

ଋତୁରାଜ ଗମନ କାଳେ ଆସନ୍ତି ଯେ ll

ଦେବ ଶକ୍ତି ପୁଞ୍ଜରୁ ମେଧା ଆଶ୍ରମେ l

ଯଜ୍ଞାଽନଳୁ ଶମ୍ଭୁତା ଏ ଧରା ଧାମେ ଯେ ll


ମହିଷା ଉପଦ୍ରଵ ସହିନପାରି l

ଦେବେ ମିଳିତଭାବେ କଲେ ଗୁହାରୀ ଯେ ll

ଦେବତା ଶକ୍ତି ବଳେ ଅଙ୍ଗ ଗଢିଲେ l

ବସ୍ତ୍ର ଭୂଷଣ ସହ ଆୟୁଧ ଦେଲେ ଯେ ll


ଶ୍ରେଷ୍ଠ ବାହନ ପଶୁପତି ତୁମ୍ଭର l

ତେଜପୁଞ୍ଜ ଲାଗିଲା ଯାଇ ନଭର ଯେ ll

ଉପମା କିବା ଦେବି "ଦେବୀ ବାସନ୍ତୀ "l

ମାର୍କଣ୍ଡେୟ ଋଷି ବର୍ଣ୍ଣି ନପାରନ୍ତି ଯେ ll


ମହିଷା ନିବାରିଲ ସଦଳବଳେ l

ଧୂମ୍ରଲୋଚନ ବଧ କରିଲ ଶୁଳେ ଯେ ll

ଚଣ୍ଡ ମୁଣ୍ଡ ସହିତେ ସେ ରକ୍ତବୀର୍ଜ l

ନିଶୁମ୍ଭ ଶୁମ୍ଭ ତାରି ବଢିଲା ଶୌର୍ଯ୍ୟ ଯେ ll


ଦେବେ ସ୍ତୁତି କରିଲେ ହେଲ ସନ୍ତୁଷ୍ଟ l

ଅଭୟ ବର ଦେଲ ହୋଇଲେ ହୃଷ୍ଟ ଯେ ll

ଅକାଳେ ବୋଧ କଲେ ଶ୍ରୀରାମ ଯେଣୁ l

ଶରତେ ଆସିଥିଲ ଧରାକୁ ତେଣୁ ଯେ ll


ରାଜା ସୁରଥ ବୈଶ୍ୟ ସମାଧି ଜାଣି l

ଦିବ୍ୟଭାବେ ପୂଜିଲେ ତୋ ପାଦେ ପୁଣି ଯେ l

ଅଯାଚିତେ ଭୁକ୍ତି ଓ ମୁକ୍ତି ତୁ ଦେଲୁ l

ରାଜ୍ୟ ପ୍ରଦାନ କରି ରାଜା କରିଲୁ ଯେ ll


ଏମନ୍ତ ମହିମା ତୋ ଜଗତମାତ l

ଅଭୟ କରେ ଚରଣେ ପ୍ରଣିପାତ ଯେ ll

ଅନନ୍ତକୋଟି ନମନ ଯୋଡହସ୍ତ l

କର ପ୍ରସାରି ଦିଅ ଯାଉ ଦୁରିତ ଯେ ll


Rate this content
Log in

Similar oriya poem from Classics