STORYMIRROR

Pt.Abhaya Kumar Tripathy Sharma

Classics

3  

Pt.Abhaya Kumar Tripathy Sharma

Classics

ଦୁଷ୍ଟ ନିସୂଦନ

ଦୁଷ୍ଟ ନିସୂଦନ

1 min
161

 ରାଗ - ଶଙ୍କରାଭରଣ


ବିଶ୍ୱମୋହନ ଶ୍ରୀହରି ଆସହେ ମୁରାରୀ

ଦୃଷ୍ଟିଦିଅ ଏ ମର୍ତ୍ତ୍ୟକୁ ଶ୍ରୀନେତ୍ର ଉଭାରି

ପୟ-ରତ୍ନାକରେ ଶେଷ-

ଅହିରେ ଶୟନ ତେଜି ଆସ ହୃଷିକେଶ ll1ll

ବଡ଼ ହୀନିମାନ ହୁଏ ନିରୀହ ଜୀବନ

ଅସତ୍ୟ ଅଧର୍ମ ପୁଣି ଅନୀତି ବଢ଼ିଣ

ଶିଷ୍ଟେ ଭୋଗନ୍ତି କଷଣ

ଅବତରି ଆସି ରଖ ଆହେ ନାରାୟଣ ll2ll

ଚତୁର ଧନଢ୍ୟ ଯେହୁ କୁବୁଦ୍ଧି ମାନବ

ଲୁଣ୍ଠନ୍ତି ମାରନ୍ତି ଶିଷ୍ଟେ ସାଜିଣ ଦାନଵ

କୃପାକରି ପୀତବାସ

ବିନତା ନନ୍ଦନ ପୃଷ୍ଠେ ବିଜେ କରି ଆସ ll3ll

ଉଶ୍ୱାସ କର ଏ ମହୀ ଗୋବିନ୍ଦ ଗୋପାଳ

ତ୍ରାହି ତ୍ରାହି ପଡ଼ିଲାଣି କୌଶଲ୍ୟା ଦୁଲାଳ

ବିଶ୍ଵରୂପୀ ଭଗବାନ

ନାନା ଶସ୍ତ୍ରେ ବିଭୂଷିତେ ଦୁଷ୍ଟ ନିସୂଦନ ll4ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics