Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pt.Abhaya Kumar Tripathy Sharma

Others

3  

Pt.Abhaya Kumar Tripathy Sharma

Others

ହେ ଜଗନ୍ମାତ

ହେ ଜଗନ୍ମାତ

1 min
177



ଫୁଲରେ ଫୁଲରେ ପ୍ରତିଟି ଫୁଲରେ

ତୁମ ଛବି ଦିଶିଯାଏ l

ଫଳରେ ଫଳରେ ପ୍ରତିଟି ଫଳରେ

ତୁମ ମୁଖ ଶୋଭାପାଏ ll

ହେ ଜଗନ୍ମାତ ଆହେ ଜଗନ୍ମାତ

ପାଦପେ ପାଦପେ ପ୍ରତି ପାଦପରେ

ତୁମ ସତ୍ତା ମିଳିଯାଏ l

ଶିଳାରେ ଶୀଳାରେ ପ୍ରତିଟି ଶିଳାରେ

ତୁମ ରୂପ ଆଙ୍କି ହୁଏ ll

ହେ ଜଗନ୍ମାତ

ନଗରେ ନଗରେ ପ୍ରତି ଘରେ ଘରେ

ତୁମରୂପ ପୂଜାପାଏ l

ଷୋଡଶ ଦିବସ ପୂଜା ସମ୍ଭାରରେ

ତୋ ମଣ୍ଡପ ସଜାହୁଏ ll

ହେ ଜଗନ୍ମାତ

ଦୁଷ୍ଟଙ୍କୁ ନାସିତୁ ଶିଷ୍ଟଙ୍କୁ ପାଳିବୁ

ଆସିଅଛୁ ଧରାପୃଷ୍ଠେ l

ତଥାପି କାହିଁକି ସନ୍ଥଜନମାନେ

ଜୀବନ ବିତାନ୍ତି କଷ୍ଟେ ll

ହେ ଜଗନ୍ମାତ

ଆସ ଆସ ମାଆ ଜଗତ ଜନନୀ

ଦିଅ ମା ଆଶିଷ ଢାଳି l

ସୁଖରେ ରହନ୍ତୁ ସକଳ ଜଗତ

କରି ନାମ ଗଳାମାଳୀ ll

ହେ ଜଗନ୍ମାତ



Rate this content
Log in