ମୋ ଜଗନ୍ନାଥ ମହାନ
ମୋ ଜଗନ୍ନାଥ ମହାନ


ଏତେ ଯେ ଦେବତା ଥାଉ ଥାଉ କିମ୍ପା
ଅନ୍ୟ ଦେବତାରେ ମନ l
ରାତିକେ ହାତୀଏ ପାଇବାର ଆଶା
ବିଟପୀ ଜନେ ଯେସନ l
ଭୁକ୍ତି ମୁକ୍ତି ଦାତା ଏକା ସେ କେଶବ
ଆଉ କେ ପାରିବ ଆନ l
ଚତୁର୍ବର୍ଗ ଫଳ ଦେଇପାରେ ଯିଏ
ତାଙ୍କଠୁ କିଏ ମହାନ l
କାହିଁକି ପୂଜିବି ଆନ ଧରମର
ଶଠ ବାବାଜୀଙ୍କୁ ପୁଣ l
ଯାହାଙ୍କୁ ତାଙ୍କର ନିଜ ଧରମରେ
ନାହିଁ କେଉଁଠାରେ ସ୍ଥାନ l
ବିଗ୍ରହ ପୂଜିବା ପ୍ରଥା ସିନା ଅଛି
ହିନ୍ଦୁ ଧର୍ମେ ସନାତନ l
ଦଣ୍ଡ ଦେବତା ମୋ କାଳିଆ ସାଆନ୍ତେ
ଜଗତର ଭଗବାନ l
ଷୋଳ କଳା ଘେନି ବିରାଜି ଅଛନ୍ତି
ଶ୍ରୀକ୍ଷେତ୍ରରେ ନାରାୟଣ l
ସେଥିପାଇଁ ପରା ମୋର ହିନ୍ଦୁସ୍ତାନ
ବିଶ୍ୱରେ ଆଜି ମହାନ l