STORYMIRROR

Pt.Abhaya Kumar Tripathy Sharma

Classics

4  

Pt.Abhaya Kumar Tripathy Sharma

Classics

ରାମଙ୍କ ସୁଗ୍ରୀବ ସହ ମିତ୍ରତା

ରାମଙ୍କ ସୁଗ୍ରୀବ ସହ ମିତ୍ରତା

1 min
333


କିସ୍କିନ୍ଧ୍ୟାର ଭୂପତି, ସେ ବାଳି ଦୁଷ୍ଟମତି,

ବଳ ଦର୍ପେ ହୋଇ ମଦାନ୍ଧ,

ଗୁହାରେ ସୁଗ୍ରୀ ଭରି, ଦ୍ଵାରକୁ ରୁଦ୍ଧକରି,

ଥୋଇଲା ସେ ପ୍ରସ୍ତର ବନ୍ଧ,

ସେ ଗୃହେ ଫେରି, ହରିଲା ସୁଗ୍ରୀବର ନାରୀ,

ଗୁହା ମଧ୍ୟରେ ଥାଇ, ମନେ ପ୍ରଭୁ ଚିନ୍ତଇ,

ଯୁବରାଜ ବାଳିର ଅରୀ ll1ll

ଭଗ୍ନି ସୁତ ମାରୁତୀ, ଶ୍ରୀରାମ ଭକ୍ତ ଯତି,

ମିଳିଲେ ଯେ ସେଠାରେ ଆସି,

ଦ୍ୱାରୁ ପ୍ରସ୍ତର ଫେଇ, ସୁଗ୍ରୀବରଙ୍କୁ ନେଇ,

ଋଷ୍ୟମୁକେ ସ୍ଥାପି ଭରଷି,

ବାଳି ଦୁର୍ଗମ,ତୁମ ପାଇଁ ଏ ସ୍ୱର୍ଗସମ,

ନିଶ୍ଚିନ୍ତରେ ଏଠାରେ, (ହେ) ମାତୁଳ ପ୍ରତୀକ୍ଷାରେ,

ଆସିବାକୁ ପ୍ରଭୁ ଶ୍ରୀରାମ ll2ll

ବିଗତ ହେଲା ଦିନ, ହନୁ ରାମ ଦର୍ଶନ,

ପାଇଣ ତେଜିଲା ଆସନ,

ସାଷ୍ଟାଙ୍ଗ ନମସ୍କାର, ଧୂଳି ଘେନିଲା ଶିର,

କନ୍ଧେ ବହି କଲା ଗମନ,

ସେ ଋଷ୍ୟମୁକେ,ନେଇ ଛାଡିଲା ଅତି ସୁଖେ,

ସମ ଦୁଃଖୀ ହୋଇଲେ, ମଇତ୍ର ସେ ବସିଲେ,

ଅଗ୍ନି ସାକ୍ଷୀ ରଖିଲେ ମୁଖେ ll3ll

ଶ୍ରୀରାମ ସୁଗ୍ରୀବର, ଦୁଃଖ ଉଭୟଙ୍କର,

ସମଦଶା ପଡିଣଥିଲା,

ବାଳି ତାରା ହରିଲା, ରାବଣ ସୀତା ନେଲା

ଆଲୋଚନା ବିଶେଷେ ହେଲା,

ରାମ ପ୍ରଥମେ,ବାଳି ବଦ୍ଧି ପେଶିଲେ ଯମେ,

ସୁଗ୍ରୀବେ ରାଜ୍ୟ ଦେଲେ, ତାରାଙ୍କୁ ଉଦ୍ଧରିଲେ,

ଋଷ୍ୟମୁକେ ରହି ବିଶ୍ରାମେ ll4ll

ଏମନ୍ତେ ବିତେ ଦିନ,କିସ୍କିନ୍ଧ୍ୟାରେ ରାଜନ,

ଭୋଗବିଳାସେ ଦିନହରେ,

ବିଳମ୍ବ ଦେଖି ତା'ର, ସୌମିତ୍ରି ବୀରବର,

ଗୁହାରି କଲେ ଭାଇ ଠାରେ,

ରାଜା ସୁଗ୍ରୀବ, ହେଲା କୃତଘ୍ନ ତା'ର ଭାବ,

ରାମ ନଯିବେ ନଗ୍ରେ, ଲକ୍ଷ୍ମଣ ଗଲେ ବେଗେ,

କ୍ରୋଧେ ଡାକିଲେ ରେ ସୁଗ୍ରୀବ ll5ll

ଶୁଣି ସୁଗ୍ରୀ ଚେତିଲା, ନଗ୍ରରୁ ବାହାରିଲା,

ବିନୟେ କରକୁ ଯୋଡ଼ିଲା,

ସୌମିତ୍ରି କରି ଶାନ୍ତ, ସେ କପି ବଳବନ୍ତ,

ପାଦେ ଗଡ଼ଘାଲି ଶୋଇଲା,

ଶ୍ରୀରାମ ନାମେ, ଶପଥ ନେଇ ବିକ୍ରମେ,

ସୌମିତ୍ରି ହନୁମାନ, ଅଙ୍ଗଦ ଜାମ୍ବବାନ,

ନଳ ନୀଳ ଦ୍ବିବିନ୍ଦ ବାମେ ll6ll

ହୋଇଣ ସର୍ବମେଳି, ନାଦଯେ କିଳିକିଳି,

ଦଶଦିଗେ କଲେ ସନ୍ଧାନ,

ଥୋକେ ପଶ୍ଚିମେ ଗଲେ, ଉତ୍ତର ପୂର୍ବେ ହେଲେ,

ଦକ୍ଷିଣେ ଗଲେ ହନୁମାନ,

ସେ ମହସିନ୍ଧୁ, ଲଙ୍ଘିଲା ଚିନ୍ତି ଦୀନବନ୍ଧୁ,

ସିଂହୀକାକୁ ଉଦ୍ଧରୀ, ପଥେ ଲଙ୍କିନୀ ମାରି,

ଭେଟିଲେ ରାମ ପ୍ରାଣବନ୍ଧୁ ll7ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics