STORYMIRROR

Debabrata Mishra

Abstract Classics Inspirational

4  

Debabrata Mishra

Abstract Classics Inspirational

ଏକାକୀର ମହାଯାତ୍ରା

ଏକାକୀର ମହାଯାତ୍ରା

1 min
384


ସମୟ କଣ୍ଟାରେ ଚାଲିବାକୁ ଗରଳ ପିଇବାକୁ

ପଥରେ ପଥର ପଡ଼ିଲେ ତାକୁ ସହିବାକୁ

ଯନ୍ତ୍ରଣାର ବାଲିଯାତ୍ରାରେ ଦୋଳି ଖେଳିବାକୁ

ଦୁଃଖର କୁମ୍ଭମେଳାରେ କେବେ ହଜିବାକୁ

ଜୀବନକୁ ଅତି ନିକଟରୁ ସ୍ୱଚ୍ଛ ଦେଖିବାକୁ

ପ୍ରକୃତ ସୁଖର ଐଶରୀୟ ଆନନ୍ଦ ପାଇବାକୁ

ଭିଡ଼ର ବିଭିନ୍ନ ବଜାରରେ ଜୀବନ ସଉଦା ପାଇଁ

ଏକାକୀର ଏ ଜର୍ଜରିତ ଜଜ୍ଞବେଦୀକୁ ମହାଯାତ୍ରା, 


ଫୁଲକୁ ବୁଝିବା ପାଇଁ ତୁଳସୀ ପୁଜିବା ପାଇଁ

ଜୀବନ ମଲାନଈରେ ପାଦେ ପାଣିସହ ଯୁଝିବାପାଇଁ

ଈଶ୍ବରେ ମିଶିବା ପାଇଁ ନିଜକୁ ପାଇବା ପାଇଁ

ବିବେକର ସୂର୍ଯ୍ୟ ଓ ଚନ୍ଦ୍ରକୁ ଦେଖିବା ପାଇଁ

ପ୍ରଜାପତିର ଦେହକୁ ନ ଛୁଇଁ ରଙ୍ଗେ ଭିଜିବା ପାଇଁ

ଶିଳାକୁ ଦେବତା ରୂପୀ ଉପାସନା ଅର୍ଚ୍ଚନା ପାଇଁ

ମନର ବଡ଼ଦାଣ୍ଡରେ ଆତ୍ମାର ରୂପକୁ ଦେଖିବାକୁ

ଏକାକୀର ଏ ମୋହଶୂନ୍ୟ ପୂଣ୍ୟମଣ୍ଡପକୁ ମହାଯାତ୍ରା, 


ଭକ୍ତିରସ ଚାଖିବାର ଇଛା ଓ ହସିବାର ପଣକରି

ଲୁହସହ ଘନିଷ୍ଠତାକୁ ଆହୁରି ଗଭୀର ଓ ଦମ୍ଭ କରି

ଜୀବନ କୁଟୀର ଧ୍ୱଂସ ପରେ ଇଟାଭାବ ଏକାଠିକରି

ଜାଡ଼ ରକ୍ଷା ପାଇଁ ଅହଂକୁ ପାହାନ୍ତିର ଧୁନିକରି

ଚକମକ୍ ସହରେ ଅନ୍ଧାର ଚିହ୍ନିବାକୁ ନିଜକୁ ପ୍ରସ୍ତୁତ କରି

ଆଲୋକର ଉତ୍ସବ ଅଗଣା ନିଜେ ଜଳି ଆଲୋକିତ କରି

ବୟସର କାଳକ୍ରମେ ଆତ୍ମବିଶ୍ୱାସର ମଞ୍ଜିକୁ ବାଛିବାକୁ

ଏକାକୀର ଏ ବୀପରୀତ ଧର୍ମୀ ବିଚାରମଞ୍ଚକୁ ମହାଯାତ୍ରା। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract