ଚକ୍ରଧର
ଚକ୍ରଧର
ଭଲ ଲାଗେ ବୋଲି
ତୋ କଳା ବଦନ
ଦିନରାତି ଝୁରେ ବସି
ଯୁଆଡ଼େ ଚାହିଁଲେ
ଦିଶେ ତୋର ମୁହଁ
ମୁରୁକି ଦେଉତୁ ହସି।
ବଡ଼ ଦେଉଳରେ
ରତ୍ନ ମଣ୍ଡପରେ
ନାହିଁରେ ଲୋଭ ତୋହର
ଭକତ ଭାବରେ
ହୃଦ ପ୍ରଦୀପରେ
ଜଳୁଥାଉ ନିରନ୍ତର ।
କିଏ କହେ ତତେ
ଗଳାମାଳି ବୋଲି
କେ ବୋଲେ ରଙ୍କ ରତନ
ଭାବ ବିନୋଦିଆ
ଖିଲି ପାନଖିଆ
ବୁଝନାହିଁ ଅଭିମାନ।
ଭାଇ ଭଉଣୀଙ୍କୁ
ସଙ୍ଗତରେ ଘେନି
ଖୋଲିଛୁ ବଡ଼ ଦୁଆର
ସାରା ସଂସାରର
ଦୁଃଖ ବୁଝୁଅଛ
ଆହେ ପ୍ରଭୁ ଚକ୍ରଧର ।
