STORYMIRROR

Pramodini Parichha

Classics

4  

Pramodini Parichha

Classics

ଚକ୍ରଧର

ଚକ୍ରଧର

1 min
285

ଭଲ ଲାଗେ ବୋଲି

   ତୋ‌ କଳା ବଦନ

     ଦିନରାତି ଝୁରେ ବସି

ଯୁଆଡ଼େ ଚାହିଁଲେ

    ଦିଶେ ତୋର ମୁହଁ

      ମୁରୁକି ଦେଉତୁ ହସି।


ବଡ଼ ଦେଉଳରେ

    ରତ୍ନ ମଣ୍ଡପରେ

    ନାହିଁରେ ଲୋଭ ତୋହର

ଭକତ ଭାବରେ

    ହୃଦ ପ୍ରଦୀପରେ

      ଜଳୁଥାଉ ନିରନ୍ତର ।


କିଏ କହେ ତତେ 

   ଗଳାମାଳି ବୋଲି

       କେ ବୋଲେ ରଙ୍କ ରତନ

ଭାବ ବିନୋଦିଆ

    ଖିଲି ପାନଖିଆ

       ବୁଝନାହିଁ ଅଭିମାନ।


ଭାଇ ଭଉଣୀଙ୍କୁ

    ସଙ୍ଗତରେ ଘେନି

     ଖୋଲିଛୁ ବଡ଼ ଦୁଆର

ସାରା ସଂସାରର

    ଦୁଃଖ ବୁଝୁଅଛ

     ଆହେ ପ୍ରଭୁ ଚକ୍ରଧର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics