STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ମାର୍ଗଶୀର -ମହାଲକ୍ଷ୍ମୀ ପୂଜା

ମାର୍ଗଶୀର -ମହାଲକ୍ଷ୍ମୀ ପୂଜା

1 min
241


ହେମନ୍ତ ଋତୁର ଶେଷ ମାସ ଏହି

ଗୀତା ମଧ୍ୟେ ଅର୍ଜୁନ କୁ

ମାସ ମଧ୍ୟେ ମୁହିଁ ମାର୍ଗଶୀର ପାର୍ଥ

ମନେରଖ ୟେ କଥାକୁ

    ତେଣୁ ଏହା ଶ୍ରେଷ୍ଠ ମାସ

ଏମାସେ କମଳା ବିଜେ କରି ପୂର୍ଣ୍ଣ

କରିଥାନ୍ତି ଅଭିଳାଷ ।।


ପ୍ରତି ମାସ ପରି ଏ ମାସେ କେଶବ

ନାମରେ ମୁଁ ଅଭିହିତ

ହୋଇ ବିଜେ କରି ଥାଏ କାଳେ କାଳେ

ରହି କମଳା ସହିତ

    ୟେ ସମ୍ଵତ୍ସରଭୂଷଣ

ଶ୍ରେଷ୍ଠ ଯେଣୁ ବର୍ଷ ଭିତରେ ଏମାସ

ୟେ ପରି ହୋଇଛି ନାମ ।।


ଏ ମାସରେ ଫୁଟେ ମଣ୍ଡା,ମଖମଲ୍ଲୀ

କମଳିନୀ ୟେ କୁସୁମେ

ପ୍ରୀତ ହୋଇଥାନ୍ତି ୟେ ଫୁଲେ,”କେଶବ”

ବୋଲି ଅଭିହିତ ନାମେ

   ୟେ ମାସର ଗୁରୁବାର

ପ୍ରତି ଘରେ ଘରେ ପବିତ୍ରତା ଭରେ

ନାହିଁ ତାର ପଟ୍ଟାନ୍ତର ।।


କୃଷିଭିତ୍ତିକ ୟେ ଲକ୍ଷ୍ମୀ ଉପାସନା

କୃଷକର ଧାନକେଣ୍ଡା

ମାଣ ବସେ ଘରେ ପବିତ୍ର ମନରେ

ପୂଜା ପାଏ ଧାନକେଣ୍ଡା

  ଜାତି ପର୍ବ ଓଡିଆ ର

ନୂଆ ଚାଉଳରେ କ୍ଷୀରି ପିଠା ବାସ୍ନା

ମହକି ଉଠଇ ଘର ।।


ଝୋଟି ର ଅମୀୟ ଛବି ରେ ଚିତ୍ରିତ

ହୋଇ ଦିଶେ ଚମତ୍କାର

ଉଛୁଳି ଉଠଇ ପୁରପଲ୍ଲୀ ଯେତେ

ଶୁଭେ ହୁଳହୁଳି ସ୍ଵର

  ଲକ୍ଷ୍ମୀ ପୁରାଣର ଗୀତ

ସୁଧା ମଧୁ ଝରା,“ବଳରାମ ଦାସ”

ଶବଦେ କଲେ ରଚିତ ।।


 

















  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics