STORYMIRROR

Jayashree Das

Classics

4  

Jayashree Das

Classics

ହିରୋ

ହିରୋ

1 min
280


ତୁମେ ମୋର ହିରୋ ଆହେ ଚକ୍ରଧର ,

ମହାପ୍ରଭୂ ବଳିୟାର

ହେ ମହାନାୟକ ଜୀବନ ମଞ୍ଚରେ,

ତୁମେ ଅଟ ସୂତ୍ରଧର ।


ମୁଖେ ରଙ୍ଗମାଖି କେତେ ଯେ ଚରିତ୍ର,

ତୁମେ ମୋତେ କରାଇଛ

ତୁମେ ମୋର ହିରୋ ମୁଁ ତୁମ ନାୟିକା,

ଅଭିନୟ ଶିଖାଉଛ ।


କରି କରାଉଛ କେତେ ଅଭିନୟ,

ଜୀବନ ନାଟକେ ମୋର

ହେ ବିଶ୍ଵନିୟନ୍ତା କାଳିଆ ଠାକୁର,

ଚଉଦ ବ୍ରହ୍ମାଣ୍ଡ ହିରୋ।


ତୁମେ ନିର୍ଦ୍ଦେଶକ ତୁମେ ହିଁ ନାୟକ,

ତୁମେ ଲେଖିଅଛ ବହି

ବଜାଉଛ ତୁମେ ଗାଉଛ ବି ତୁମେ,

ତୁମେ ସର୍ବପୂଜ୍ୟ ବିହି।


ତୁମେ ନିତି ଶକ୍ତି ତୁମେହିଁ ବିଭୂତି,

ତୁମେ ଅଟ ଦିବ୍ୟ ଜ୍ୟୋତି

ତୁମ ଅଭିନୟ ସାରା ସଂସାରରେ,

ସର୍ବତ୍ର ତୁମରି ଖ୍ୟାତି।


କେବେ କରତାଳି କେବେ ଶୁଣ ଗାଳି,

ନିନ୍ଦା ଓ ପ୍ରଶଂସା ଶୁଣ

ସଙ୍ଗୀତ ଝଙ୍କାର ଭଜନ କୀର୍ତ୍ତନ,

କେବେ ମାନ ଅଭିମାନ।


ସର୍ବ ସମ୍ମୁଖରେ ତୁମ ଅଭିନୟ,

ହିରୋ ଅବା ଭିଲିଆନ

ଅମୃତ ଚରିତ୍ର ଦିବ୍ୟ ବଚନିକା,

ତୁମେ ପ୍ରଭୁ ନାରାୟଣ।


ସୃଷ୍ଟି ସ୍ଥିତି ଲୟ ବିନ୍ଦୁ ମଧ୍ୟେ ସିନ୍ଧୁ,

ତୁମେ ଜ୍ୟୋତି ନିରାକାର

ତ୍ରୈଲୋକ୍ୟ ବନ୍ଦନ ପରମ କାରଣ,

ତୁମେ ମୋ ସୁପର ହିରୋ।


କହୁନାହଁ କଥା ହେ ନୀରବଦ୍ରଷ୍ଟା,

ସାରଥୀ ଜୀବନ ରଥେ

ବାହିନିଅ ରଥ ପ୍ରଭୁ ଜଗନ୍ନାଥ,

ତୁମରି ଗୋଲକ ଧାମେ।


ମାଗୁନାହିଁ ଆନ ତୁମ ଦରଶନ,

ଅନ୍ତର୍ଯ୍ୟାମୀ ରୂପେ ମୋର

କଳାକାର ହୋଇ ଅଭିନୟ କର,

ହିରୋ ମୋ ହୃଦୟଶ୍ଵର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics