STORYMIRROR

Aishwarya Mishra

Classics Inspirational

3  

Aishwarya Mishra

Classics Inspirational

ସଂଶୟର  ତୃଷ୍ଣା

ସଂଶୟର  ତୃଷ୍ଣା

1 min
53


ମୁଁ ତୁମ ପ୍ରିୟ ସଖି କୃଷ୍ଣା

ଆବେଗ ଭରା ମନେ 

ଲେଖୁଛି ମୁଁ ଚିଠି

ବାରେ ମାତ୍ର ଫେଡ଼ ତୁମେ

ମୋ ସଂଶୟର ତୃଷ୍ଣା 


ମୁଁ ଅଗ୍ନିସମ୍ଭୁତା

ଯଜ୍ଞସେନ ତନୁଜା ମୁଁ ,

ନାମ ଯାଜ୍ଞସେନୀ

ତନୁମଣ୍ଡଳରେ ମୋର

କୋଟି ଲାବଣ୍ୟର ଆଭା

ଲେଲୀହାନ୍ ଅଗ୍ନିଶିଖା ପରି

ଅମ୍ଳାନ ରୂପକାନ୍ତି


କିନ୍ତୁ ସଖା

ଯେବେ ଦ୍ୟୁତ କ୍ରୀଡାରେ

ଏକ ସାମଗ୍ରୀ ପରି

ମୋତେ ବାଜିରେ ଲଗାଗଲା 

କୁରୁସଭା ମଝିରେ

ବସ୍ତ୍ରହରଣର ଘୃଣ୍ୟ ଖେଳ ଖେଳାଗଲା 

କାହିଁକି ମୋତେ 

ଦେଲ ନାହିଁ ଶକ୍ତି

ଯଜ୍ଞ ଅଗ୍ନିରେ ସବୁ ଜାଳି ପୋଡ଼ି

ପାଉଁଶ କରିଦେବା ପାଇଁ 


ଆଉ କେତେ ଥର

ଆସିବ ତୁମେ

ମୋ ରକ୍ଷା ନିମିତ୍ତ

କଳିଯୁଗରେ ଏମିତି ଲକ୍ଷ ଲକ୍ଷ

କୃଷ୍ଣା ଟଳିପଡ଼ିବେ

କୁଢ କୁଢ ଦୁର୍ଯ୍ୟୋଧନଙ୍କ

ଲୋଲୁପ ଦୃଷ୍ଟି ବଳୟରେ


କୁହ ସଖା

କାହାକୁ ବା ରକ୍ଷା କରିବ ତୁମେ

ଏମିତି କେତେ ଯୁଧିଷ୍ଠିରଙ୍କ 

କ୍ଷୀଣ ମାନସିକତାରୁ

ଦୁଃଶାସନର ବାହୁବଳରୁ

ଶକୁନିର କ୍ରୁର ପଶାପାଲିରୁ


ଯଦିବା କିଛି କୃଷ୍ଣା

ତୁମ କୃପା ଲଭି ପାଇବେ ଉଦ୍ଧାର 

ତଥାପି ସମାଜ କ'ଣ ବୁଝିବ !

ବନ୍ଧୁତ୍ୱର ମହାନ୍ ସମ୍ପର୍କକୁ

କଳିଯୁଗର କଳଙ୍କ କାଳିମାରେ

କଳଙ୍କିତ ହେବନି ତ 

କୃଷ୍ଣ ଓ କୃଷ୍ଣାର 

ଏ ଅମଳିନ ବନ୍ଧୁତ୍ୱର ଫଲ୍ ଗୁ !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics