ଅମ୍ଲାନ ସନ୍ତକ
ଅମ୍ଲାନ ସନ୍ତକ
ସଲଜ୍ଜ ନୟନ ଯୁଗଳରେ
କଳା ସେ କଜ୍ଜ୍ୱଳର ଗାର ,
ମେଘୁଆ ଆକାଶକୁ ନିନ୍ଦୁଥିବା
ଘନ କୃଷ୍ଣ ଆଲୁଳାୟିତ କେଶ ରାଶି ,
ନିର୍ଜନ ଝାଉଁବଣ, ବିଜନ ଏକ ବେଳାଭୂମି
ରହି ରହି ଆକାଶରେ ଖେଳୁଛି ଚପଳା ,
ସିକ୍ତ ବାଲୁକା , ଆଦ୍ର ମଳୟ
ସେଥିରେ ଆନମନା ତୁମ ଦେହର ଓଢଣୀ
ଧିରେ ଧିରେ ପାଦକୁ ଚୁମି ଯାଉଛି ସାଗର
ଧିରେ ଧିରେ ପାଖକୁ ଲାଗି ଆସୁଛ ତୁମେ ,
ଜାଣିନି ଏ ଆକର୍ଷଣ ଅବା ସମ୍ମୋହନ !
ଇଚ୍ଛା ହୁଏ ଭିଡିଧରି ବାହୁ ବନ୍ଧନରେ
ଆଙ୍କି ଦେବି ଓଠ ଧାରେ କୋମଳ ଚୁମ୍ବନ ,
ଅସ୍ତବ୍ୟସ୍ତ କବରୀକୁ ସଜାଡୁ ସଜାଡୁ ,
ପଚାରନ୍ତି କୁହ ପ୍ରିୟା !
କେଉଁଠି ଆଙ୍କିଛ ତୁମେ ପରିଧି ପ୍ରେମର ,
କହିବ କି, ସଂଜ୍ଞା ଥରେ ଏଇ ମିଳନର
କି ଭାବେ ,ଲେଖିବ ତୁମେ ସଂପର୍କ ଆମର !
କେଉଁ ଠାରୁ ଶବ୍ଦ ନେବ, କି ଦେବ ଅଳଂକାର !!!
ଏତିକିରେ ଆରମ୍ଭ ହେଲା , ବର୍ଷା
ଝିପ୍ ଝିପ୍ ବର୍ଷା ସହ ତାଳ ଦେଇ,
ନାଚି ଉଠୁଛି ସାଗରର ଉତ୍ତାଳ ତରଙ୍ଗ,
ତୁମର ଅଧା ଓଦା , ଅଧା ଶୁଖିଲା ଦେହଟା ;
ସତେ ଯେମିତି ମୋତେ ଟାଣି ନେଉଛି
ପାଖକୁ , ଆହୁରି ପାଖକୁ ,
ତୁମ ଆଖିରୁ ପଢିପାରୁଛି ମୁଁ ,
ମିଳନର ଏକ ଅଲୌକିକ ଅଭିପ୍ସା ,
କାହିଁ !!!
ଆଜି ତ ଏଇ ଆଖିରେ ନାହିଁ,
ଲାଜ, ଡର ଅବା ପ୍ରତିବାଦର ଚିହ୍ନ !
ଅଥଚ , ମୁଁ ଦେଖୁଛି ;
ମୋତେ ମୋ' ଠାରୁ ଛଡାଇ ନେବା ପାଇଁ
ତୁମେ ବହୁଧା ପ୍ରସ୍ତୁତ ,,,
ଧିରେ ଧିରେ ଓଠ ସହ ମିଶିଯାଉଛି ଓଠ
ଗୋଟିଏ ଶରୀର ମଧ୍ଯରେ ,
ବିଲୀନ ହୋଇ ଉଠୁଛି ଅନ୍ଯ ଏକ ଶରୀର,
ସତରେ କେତେ ମଧୁର ,
"ତୁମେ" ଓ "ମୁଁ" ରୁ "ଆମେ" ର ଗନ୍ତବ୍ଯ ପଥ ,
ଏଇ ବିଜନ ବେଳାଭୂମି
ଯୁଗ ଯୁଗାନ୍ତର ଯାଏଁ ରହିବ ସାକ୍ଷୀ,
ସାଜି ଆମ ପ୍ରଣୟର ପୁଲକିତ ପ୍ରତୀକ ,
ସାଜି ଆମ ମିଳନର ଅମ୍ଲାନ ସନ୍ତକ,,,

