STORYMIRROR

Gouttam kachim

Romance

3  

Gouttam kachim

Romance

ଭାଇ ଭଉଣୀର ସ୍ମୃତି ମୟ ମୁହୂର୍ତ୍ତ

ଭାଇ ଭଉଣୀର ସ୍ମୃତି ମୟ ମୁହୂର୍ତ୍ତ

1 min
181

ନିଷ୍ଠୁର ଗ୍ରୀଷ୍ମ ପ୍ରବାହର ବିଦାୟ ପରେ

ଆଗମନ କରେ ବର୍ଷା ଋତୁ

ଶ୍ରାବଣର ବର୍ଷା ଝର

ଦିଏ ଶୀତଳତା

ମନ ପ୍ରାଣ ଶିତଳତା ପ୍ରାପ୍ତ କରି ହୁଏ ଆନନ୍ଦିତ

ଏହାରି ଭିତରେ ଶ୍ରାବଣ ପୂର୍ଣ୍ଣିମାରେ

ଖୁସିର ପସରା ନେଇ

ଆସେ ରାକ୍ଷୀ ବନ୍ଧନ

ସେଇ ଅଭୂଲା, ସ୍ମୃତି ମୟ, ମଧୁମୟ

ପ୍ରେମମୟ, ସ୍ନେହ ମୟ

କ୍ଷଣରେ ଭାଇ ହାତରେ ଭଉଣୀ

ଫୁଲ, ଚନନ , କୁଙ୍କୁମ, ଦେଇ ପୂଜା କରି

ବାନ୍ଧି ଦିଏ ରାକ୍ଷୀ

ପ୍ରତି ବଦଳରେ ମାଗି ନିଏ

ଭାଇ ଠାରୁ ଭଉଣୀ ରକ୍ଷା କରିବାର

ପ୍ରତିଜ୍ଞା, ଶପଥ, ପ୍ରତିଶୃତି

ଭାଇ ବି ଭଉଣୀକୁ ରକ୍ଷା କରିବା ପାଇଁ

କରି ନିଏ ସଂକଳ୍ପ

ଦିଏ କିଛି ମିଠା ଉପହାର,

ଏଇ ଦିନଟି ଭାଇ ଓ ଭଉଣୀ ପାଇଁ,

ପାଲଟି ଯାଏ ସ୍ମୃତିର ଦିନ ।


Rate this content
Log in

Similar oriya poem from Romance