STORYMIRROR

Gouttam kachim

Inspirational

3  

Gouttam kachim

Inspirational

ଗୁରୁଜୀଙ୍କୁ ନମନ

ଗୁରୁଜୀଙ୍କୁ ନମନ

1 min
203


ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର 

ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ ତସ୍ମୟି ଶ୍ରୀ ଗୁରବେ ନମଃ।।


(ଗୀତ)


ଗୁରୁ ହେ ପାଦ ପଙ୍କଜେ 

ପଶୁ ଅଛି ଶରଣ 

ଏ ଅଧମ ଶିଷ୍ୟକୁ କର ପ୍ରଭୁ କଲ୍ୟାଣ ।।୦।।


ଅଜ୍ଞାନ ତମସାକୁ ଶିକ୍ଷାର ଆଲୋକ ଅସ୍ତ୍ର 

ଧରି ଦୂର କର ମୂର୍ଖ ହୋଇ ଯାଏ ପଣ୍ତିତ 

ଅନ୍ଧକୁ ଲଉଡ଼ି ଯେହ୍ନେ କଢ଼ାଇ ଥାଏ ପଥ 

ତେଶନେ କଢ଼ାଅ ବାଟ ପଢ଼ାଇ ସତେ ପାଠ 

ଜ୍ଞାନ ବୁଦ୍ଧି ପ୍ରଦାୟକ (୨ଥର)

ହେ ନର ନାରାୟଣ (୧)

ଏ ଅଧମ ଶିଷ୍ୟକୁ କର ପ୍ରଭୁ କଲ୍ୟାଣ।।


ତୁମେ ବ୍ରହ୍ମା ତୁମେ ବିଷ୍ଣୁ ତୁମେ ହିଁ ମହା ଦେବ 

ତୁମେ ମାତା ତୁମେ ପିତା ତୁମେ ହିଁ ମମ ଦେବ 

ତୁମ ଶିକ୍ଷା ଦାନ ଅଟେ ମୋର ଦାମୀ ସମ୍ପଦ 

ଯାହାକୁ ଚୋର ଚୋରେଇ କି ନେଇ ନ ପାରିବ 

ଧନ୍ୟ ତୁମେ ଧନ୍ୟ ତୁମ (୨ଥର)

ମହାନ ଅବଦାନ (୨)

ଏ ଅଧମ ଶିଷ୍ୟକୁ କର ପ୍ରଭୁ କଲ୍ୟାଣ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational