STORYMIRROR

Gouttam kachim

Inspirational

3  

Gouttam kachim

Inspirational

ପୂଜ୍ୟ ତ୍ରିରଙ୍ଗା

ପୂଜ୍ୟ ତ୍ରିରଙ୍ଗା

1 min
136


ଫର ଫର ହୋଇ ତ୍ରିରଙ୍ଗା ଦେଖ,

ଉଡୁଛି ଆକାଶ ତଳେ,

ଗାଇବା ଆସ ତା ଜୟଗାନ,

ଐକ୍ୟ ତାନ ସୁର ତାଳେ।


ସେ ପରା ଆମ ଜାତୀୟ କେତନ,

ଭାରତୀୟ ଙ୍କ ଜାତୀୟ ଚିହ୍ନ,

ଶାନ୍ତି, ମୈତ୍ରୀ, ବୀରତ୍ଵ ର ପ୍ରତୀକ,

ସୂଚାଇ ଦିଏ ତା ରଙ୍ଗ ମାନ।


ନାରଙ୍ଗୀ, ଶ୍ବେତ ସବୁଜ ରଙ୍ଗେ,

ଗଢ଼ା ସେ ଧ୍ଵଜା ଜାଣ,

ଧଳା ରଙ୍ଗ ର ମଝିରେ ଶୋଭେ,

ଅଶୋକ ଚକ୍ର ଚିହ୍ନ।


ରାଷ୍ଟ୍ରୀୟ ପୂଜନ କାର୍ଯ୍ୟ କ୍ରମେ,

ହୁଏ ସେ ବ୍ୟବହୃତ,

ଭାରତ ବାସୀ ଉଡାଇ ତାକୁ,

ଜଣାଉ ଦଣ୍ଡବତ  ।



Rate this content
Log in

Similar oriya poem from Inspirational