STORYMIRROR

Gouttam kachim

Inspirational

3  

Gouttam kachim

Inspirational

ରକ୍ଷା କରିବାର ବନ୍ଧନ

ରକ୍ଷା କରିବାର ବନ୍ଧନ

1 min
166

ସୃଷ୍ଟିର ଋତୁ ଚକ୍ର ଘୁରି ଘୁରି 

ଆସିଯାଏ ଶ୍ରାବଣ ମାସକୁ 

ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମାରେ

ହସ ଖୁସିର ପସରା ନେଇ ଆସେ 

ଭାଇ ଓ ଭଉଣୀ ପାଇଁ ଦିନଟିଏ 

ଯେଉଁ ଦିନ ଭଉଣୀ ଭାଇ ହାତରେ ବାନ୍ଧି ଦିଏ 

ପ୍ରେମର ଅନୁରାଗର ଅନୁରଞ୍ଜନର ବନ୍ଧନ 

ଯେଉଁ ବନ୍ଧନଟି ସ୍ନେହ ପ୍ରେମ ଆଦର ମମତା ରକ୍ଷାର ବନ୍ଧନ 

ରକ୍ଷା ବନ୍ଧନ।।


ଏଇ ବନ୍ଧନ ଭାଇ ଭଉଣୀ ପାଇଁ ଅଦ୍ଭୁତ ଅମୂଲ୍ୟ ଅନନ୍ତ।

ରାକ୍ଷୀ ଭଉଣୀର ରକ୍ଷା କବଚ 

ଭଉଣୀ  ପିଠା ମିଠା ପଣା କରି 

ଚନ୍ଦନ କୁଙ୍କୁମ ଧୂପ ଦୀପ ପୁଷ୍ପ 

ଦେଇ ଭାଇକୁ ପୂଜା କରି 

ସୁନା ଭାଇ ହାତରେ ବାନ୍ଧି ଦିଏ ରାକ୍ଷୀ 

ଭାଇ ପାଇଁ ମନାସେ ସୁଖମୟ ନିରାମୟ ପ୍ରେମମୟ ଜୀବନ 

ଆଉ ପ୍ରତି ବଦଳରେ ମାଗି ନିଏ 

ପ୍ରତିରକ୍ଷା ର ପ୍ରତିଶୃତି ପ୍ରତିଜ୍ଞା ସଂକଳ୍ପ 

ଭାଇ ସଂକଳ୍ପ କରେ ଭଉଣୀ ର ରକ୍ଷକ ହେବା ପାଇଁ 

ସତରେ ଏ ବନ୍ଧନ ସ୍ନେହମିଶା ପ୍ରେମ ପ୍ରୀତି 

ଶ୍ରଦ୍ଧା ସମ୍ପର୍କର ଅତୁଟ ବନ୍ଧନ 

ଏ ବନ୍ଧନ ନୁହେଁ ସାଧାରଣ 

ସୂତା ଖିଅଟିଏ।।



Rate this content
Log in

Similar oriya poem from Inspirational