ଆଦର୍ଶ ଗୃହ
ଆଦର୍ଶ ଗୃହ
ଆଦର୍ଶ ଗୃହ ର ମହିମା ,
କହୁଛି ମତେ ଯାହା ଜଣା ।
ସକଳ ଘର ମଧ୍ୟେ ସାର ,
ଅଟଇ ପ୍ରଭୁ ଭକ୍ତ ଘର ।
ଆହା କି ସୁନ୍ଦର ସେ ଘର ,
ସତେ ଯେମିତି ସ୍ବର୍ଗ ପୁର ।
ପ୍ରେମରେ ଅଟେ ଭରପୂର ,
ଦୟା କ୍ଷମା ଯେ ନିରନ୍ତର ।
ମୋହ ମାୟା ଯେ ନୁହେ ବଶ ,
ସେ କଥା କରୁଛି ପ୍ରକାଶ ।
ସକାଳ ସନ୍ଧ୍ୟାରେ ପ୍ରାର୍ଥନା ,
ନିତ୍ୟେ ପ୍ରଭୁଙ୍କ ଆରଧନା ।
ସ୍ନେହ ମମତା ବିଶ୍ୱସ୍ତତା ,
ଦୟା କ୍ଷମା ଯେ ବିନମ୍ରତା ।
ପ୍ରେମ ଏକତା ସେହି ଘରେ ,
ଘୃଣା ହିଂସାରୁ ବହୁଦୂରେ ।
ବିଦ୍ବେଷ କପଟ ଛଳନା ,
ଚୁଗୁଲି ଯାତନା ଯନ୍ତ୍ରଣା ।
ମନୁଷ୍ୟ ବଇରି ଏ ସିନା ,
ଏ ସବୁ ସେହି ଘରେ ମନା ।
ଚିନ୍ତନ ମନନ ପ୍ରାର୍ଥନା ,
ନିତ୍ୟେ କରନ୍ତି ଉପାସନା ।
ଆନନ୍ଦ ଉଲ୍ଲାସ ପ୍ରେମରେ ,
ଝଲସୁ ଅଛି ସେହି ଘରେ ।
ପବିତ୍ର ଗ୍ରନ୍ଥ କରେ ପାଠ ,
ଆଗକୁ ଦେଖାଏ ଯେ ବାଟ ।
କୌଣସି ନିଷ୍ପତ୍ତି ନେବାରେ ,
ବିଚାର ହୁଏ ପରିବାରେ ।
ନାରୀ ପୁରୁଷ ନୁହେଁ ଭିନ୍ନ ,
ସଭିଏଁ ଅଟନ୍ତି ସମାନ ।
ସଭିଙ୍କୁ ସମ୍ମାନ ମିଳଇ ,
ମାତା ଜନକ ଭଗ୍ନୀ ଭାଇ ।
ପରନିନ୍ଦାରୁ ବହୁଦୂର ,
ରହନ୍ତି ସେହି ପରିବାର ।
ପରର ନିନ୍ଦା ଯେ କରିବ ,
ଆତ୍ମାର ଦୀପ ତା' ଲିଭିବ ।
ଆତ୍ମା ଆଲୋକ ହେଲେ ଉଣା ,
ପ୍ରଭୁଙ୍କ ନୋହିବ କରୁଣା ।
ଯେତେକ ଆଶୀର୍ବାଦ ଅଛି,
ପାଇବୁ ନାହିଁ ତୁହିଁ କିଛି ।
ଅତିଥି ଦେବତା ଅଟନ୍ତି ,
ଆଦର ସମ୍ମାନ ପାଆନ୍ତି ।
ସ୍ବାଗତ ପାଇଁ ତତପର ,
ରହନ୍ତି ତାଙ୍କ ପରିବାର ।
ଆନନ୍ଦ ଉଲ୍ଲାସ ମନରେ ,
ସେବନ୍ତି ତାଙ୍କରି ପୟରେ ।
ଜୀବନ ଧନ୍ୟ ତା' ଅଟଇ ,
ମାନବ ସେବା ଯେ କରଇ ।
ମାନବ ସେବା ଯେହୁ କରେ ,
ପୂଜିତ ମଣିଷ ମଧ୍ୟରେ ।
ବାକି ବଞ୍ଚନ୍ତି ପଶୁ ପ୍ରାୟ ,
ଜୀବନେ ନ ହୁଅଇ ଜୟ ।
ଅମୂଲ୍ୟ ମାନବ ଜୀବନ ,
ପ୍ରଭୁଙ୍କୁ ସ୍ମର ନିଶି ଦିନ ।
ସେବାରେ ହେଲେ ଆଗୁସାର ,
ଏ ଜନ୍ମୁ ପାଇବୁ ନିସ୍ତାର ।
ମାନବ ସମାଜରେ ଭାଇ ,
ସେବା କରନ୍ତି ସେଠି ଯାଇ ।
ଶିଶୁ ନୈତିକ ଶିକ୍ଷା ଶ୍ରେଣୀ ,
ଏ ଦିଗେ ସେ ଘର ଅଗ୍ରଣୀ
ସେଘରେ ଯିଏ ପ୍ରବେଶିବ ,
ତା' ମନ ଆନନ୍ଦେ ପୂରିବ ।
ସେ ଘର ଅଟଇ ମନ୍ଦିର ,
ଦିବ୍ଯ ଗୁଣରେ ଭରପୂର ।
ଦିବ୍ଯ ଗୁଣରେ ଆଲୋକିତ ,
ସେ ଘରୁ ଝରଇ ଅମୃତ ।
ସରଗ ପୁର ସେହି ଘର ,
ବସନ୍ତି ସାକ୍ଷାତେ ଈଶ୍ବର ।
ଏଘର ଦିବ୍ୟ ପ୍ରକାଶର ,
କେନ୍ଦ୍ର ଅଟଇ ପ୍ରସାରର ।
ମନ୍ଦିର ସଙ୍ଗତେ ସମାନ ,
ମିଳଇ ସ୍ନେହ ସନମାନ ।
ବସୁଧା ହେବ ସ୍ବର୍ଗ ପୁର ,
ଗଢ଼ିଲେ ସେହିପରି ଘର ।
ଏ କଥା ନିଶ୍ଚିତ ପ୍ରମାଣ ,
ଅନ୍ଯଥା ନୁହେଁ ବାବୁ ଜାଣ ।
