Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ananga Patel

Inspirational

4  

Ananga Patel

Inspirational

ମଣିଷ ମୁଁ (ଭାବ 5)

ମଣିଷ ମୁଁ (ଭାବ 5)

1 min
384


 

 ଭାଗ - ୫

ନାଶବାନ ଅଟେ ଏହି ସଂସାର,

ସର୍ବଦା ଭାବଇ ଏସବୁ ମୋର l

କୋଠା ଜମିବାଡ଼ି ଏ ଘରଦ୍ୱାର,

ଯାବତ ସମ୍ପତ୍ତି ଅଟେ ମୋହର l

ମାନ ସନମାନ ଏହି ସମାଜରେ,

ସବୁ ମିଳଇ ଧନ ବୈଭବରେ l

ଧନ ଅଟେ ସିନା ସରଗ ଦ୍ୱାର,

ଧନ ବିନା ଦେଖ ସବୁ ଅନ୍ଧାର l

ଯାହା ପାଖରେ ରହିଛି ଧନ,

ସର୍ବଦା ପାଅଇ ସେହି ସମ୍ମାନ l

ଯାହା ପାଖରେ ନାହିଁତ ଧନ,

ସମାଜରେ ଆଜି ସେ ହୀନିମାନ l

ହୋଇଥାଉ ପଛେ ସେହି ଅନ୍ୟାୟୀ,

ଧନ ଦେଇ ସିଏ ସବୁ ପାଅଇ l

ନ୍ୟାୟରେ ହେଉବା ଅନ୍ୟାୟେ,

ସର୍ବଦା ଧନ ମୋ ପାଖେ ଥାଉ l

ଅନ୍ୟର ଆଖିରେ ଦେଇ ସପନ,

ନିଜର ସ୍ୱାର୍ଥକୁ କରେ ସାଧନ l

ସର୍ବଦା ଅନ୍ୟକୁ ପିଆଇ ବିଷ,

ସେଥିରେ ନିଜକୁ କରେ ତୃପତ l

ଅନ୍ୟର ଜୀବନେ ଦେଇଣ କଷ୍ଟ,

ସେହି କଷ୍ଟ ଦେଖି ହୁଏ ସନ୍ତୁଷ୍ଟ l

ପରିବାର ଅଟେ ମୋର ସଂସାର,

ବାକି ମୋର ପାଇଁ ସବୁ ଅସାର l


Rate this content
Log in

Similar oriya poem from Inspirational