STORYMIRROR

Ananga Patel

Inspirational

4  

Ananga Patel

Inspirational

ଓଡ଼ିଆ ଅସ୍ମିତା

ଓଡ଼ିଆ ଅସ୍ମିତା

1 min
15


ଧମନୀରେ ତୁମ ବହୁନାହିଁ କିବା

  ଓଡ଼ିଆ ଜାତିର ରକ୍ତ,

ସରିଗଲା ତୁମ ଲେଖନୀରୁ କାଳି 

   ଅଟକି ବିଷାଦ ଗ୍ରସ୍ତ l ୧


ଓଡ଼ିଆ ଅସ୍ମିତା ବୁଝିବ କାହିଁକି 

  ଓଡ଼ିଆ ଭାଷାର ମାନ,

ସଂଘର୍ଷ କରି କି ପାଇଥାନ୍ତ ଯଦି 

  ଓଡ଼ିଆ ଭାଷାର ଜ୍ଞାନ l ୨


ଓଡ଼ିଆ ଭାଷାର ସ୍ୱାଭିମାନ ପାଇଁ 

  ଲଢ଼ିଥିଲେ କେତେବୀର,

ଭୁଲି ଯାଇଥିଲେ ସୁଖ ସୁବିଧା କୁ 

  ଆଉ ପୁଣି ଘରଦ୍ୱାର l ୩


ଗରବରେ ଆଜି କହୁଛ ଓଡ଼ିଆ 

  ତାଙ୍କ ବଳିଦାନ ପାଇଁ,

ଦିବାସ୍ବପ୍ନ ପରି କିମ୍ପା ଭାବୁଅଛ 

   ଓଡ଼ିଆ ଭାଷାକୁ ତୁହିଁ l ୪


ଭୁଲିଗଲ ତୁମେ ଭାଷାର ସଂଘର୍ଷ 

   ସେହି ଭାଷା ସମ୍ବିଳନୀ 

ଭାଷାର ପାଇଁକି ଏକ କରିଦେଲେ 

   ଦିବସ ଆଉ ରଜନୀ l ୫


କେଶରୀ ସନ୍ତାନ ହୋଇ କାହିଁ ପାଇଁ

   ଶୃଗାଳ ନୀତି ଧରୁଛ,

ଓଡ଼ିଆ ଭାଷାକୁ ଶାଗଖିଆ ପରି 

   କିମ୍ପାଇ ତୁମ୍ଭେ ଭାବୁଛ l ୬


ଉଠି ଠିଆ ହୁଅ ଲେଖନୀ ଧରି ତୁ 

   ଓଡ଼ିଆ ଜାତିର ନାମେ,

ଓଡ଼ିଆର ପ୍ରେମ ଓଡ଼ିଆ ମହକ 

   ଭରିଦିଅ ସର୍ବ ପ୍ରାଣେ l ୭


କୋଟି କବି କୂଳ ଜାଗ୍ରତ ହୋଇବେ 

   ତୋହରି ଯେ ପ୍ରୋତ୍ସାହନେ,

ଯୁଗ ଯୁଗ ଧରି ପ୍ରଶଂସା କରିବେ 

   ଭୂତ ଭବିଷ୍ୟତ ଜନେ l ୮


ଉତ୍କଳ ମାତାର ଦାୟାଦ ସନ୍ତାନ 

  ନିରବ ରହିଛୁ କାହିଁ,

କର ପରିହାର ନିଦ୍ରାକୁ ତୋହର 

  ଓଡ଼ିଆ ଭାଷାର ପାଇଁ l ୯


ସମୀକ୍ଷାତ୍ମକ ମତ ଦେଇ ତୁମେ

  ହୋଇବ ସର୍ବ ବିଦିତ,

ଅନ୍ଯକୁ ଉତ୍ସାହ ପ୍ରଦାନ କରିଲେ

  ନିଜେ ହେବ ଉତ୍ସାହିତ 

   ଏହା ଚିରନ୍ତନ ସତ୍ୟ l ୧୦


ଓଡ଼ିଆ ଆମେରେ ନୁହଇଁ କୋଢ଼ିଆ

  ଭାଷା ଆମ ସ୍ୱାଭିମାନ,

ମାତୃଭାଷା ପାଇଁ ସଂଘର୍ଷ କରିବୁ 

   ଆମରଣ ଅନଶନ l ୧୧


ଉତ୍କଳ ମାତାର ଯେତେକ ସନ୍ତାନ 

  ହୋଇଯାଅ ସାବଧାନ,

ପୁଣିଥରେ ହେବ ଓଡ଼ିଆ ଭାଷାର 

  ଆଉ ଏକ ସମ୍ମିଳନ l ୧୨


ଅନଙ୍ଗ ପଟେଲ, ସୁନ୍ଦରଗଡ




Rate this content
Log in

Similar oriya poem from Inspirational