ପୂର୍ଣ୍ଣ ହେଉ ସଙ୍କଳ୍ପନା
ପୂର୍ଣ୍ଣ ହେଉ ସଙ୍କଳ୍ପନା
ସରଗପୁରରେ ଗାନ୍ଧୀ ଗୋପବନ୍ଧୁ
ଅମଳିନ ତାଙ୍କ ସ୍ମୃତି
ତାଙ୍କ ଉପଦେଶ ବଚନ ମହତ
ଗ୍ରହଣୀୟ ମଧ୍ୟ ଆଜି ।
କାଟିକି ପିନ୍ଧିବା କୁଟିକି ଖାଇବା
ହୋଇବା ଆତ୍ମନିର୍ଭର
ବିଦେଶୀ ଦରବ କରିବା ବର୍ଜନ
ସ୍ୱଦେଶୀକୁ ବ୍ୟବହାର ।
ସତ୍ୟ ଅହିଂସାକୁ କରି ଅଙ୍ଗୀଭୂତ
ଘୋଷିବା ଜୀବନ ମନ୍ତ୍ର
ଆମେ ଭାରତୀୟ ନାହିଁ ଭେଦଭାବ
ସମ ଜାତି ଧର୍ମ ବର୍ଣ୍ଣ ।
ସରଳ ଜୀବନ କରିବା ଯାପନ
କରିବା ମହାନ ଚିନ୍ତା
ରଖିବାନି ଭୋକ ଉପାସେ କାହାକୁ
ବୁଝିବା ମନର ବ୍ୟଥା ।
ଶିକ୍ଷା ସ୍ୱ।ସ୍ଥ୍ୟ ସେବା କରିବା ନିଶୁଳ୍କ
ଜ୍ଞାନଦୀପ ଦେବା ଜାଳି
ଦୂର ହେବ ଦୁଖଃ ଅଜ୍ଞାନ ତିମିର
ହସିବ ଆସନ୍ତା କାଲି ।
ରହିଅଛି ବାକି ଲକ୍ଷ୍ୟ ବହୁ ଦୂର
ଅନିଶ୍ଚିତ ବର୍ତ୍ତମାନ
ବଢୁଛି ବେକାରୀ ନାହିଁ ରୋଜଗାର
ଅଶାନ୍ତ ଗ୍ରାମ୍ୟ ଜୀବନ ।
ନାହିଁ ସୁବିଶ୍ୱ।ସ ଭାବ ସ୍ନେହପ୍ରେମ
ବୈକୁଣ୍ଠ ସମାନ ଘର
ବ୍ୟାପେ ଲାଞ୍ଚମିଛ ଅନ୍ୟାୟ ଅନୀତି
ଦୁରାଚାର ବ୍ୟଭିଚାର ।
ଜୀବନର ମାନ ଗୁଣ ମୂଲ୍ୟବୋଧ
ହୁଏ ଦ୍ରୁତ ଅବକ୍ଷୟ
ପରମୁଖାପେକ୍ଷୀ ପ୍ରତିଟି ମାନବ
ଯନ୍ତ୍ର ଦାସ କି°କର୍ତ୍ତବ୍ୟ ।
ଆସ ଅବତରୀ ହେ ମହାପୁରୁଷ
ସଞ୍ଚାର ଦିବ୍ୟ ଭାବନା
ହେଉ ବିଶ୍ୱଗୁରୁ ମହାନ ଭାରତ
ପୂର୍ଣ୍ଣ ହେଉ ସଙ୍କଳ୍ପନା ।
-----
