ବର୍ଦ୍ଦୋଳିର ସର୍ଦ୍ଦାର
ବର୍ଦ୍ଦୋଳିର ସର୍ଦ୍ଦାର
ବର୍ଦ୍ଦୋଳିର ସର୍ଦ୍ଦାର ଆହେ ଜାତି
ଗଉରବ ଜାତି ଗରବ l
ଶାଣିତ ବାକ୍ୟ ଅତି ନିର୍ଭୀକ ତୁମେ
ବଲ୍ଲଭ ଲୌହ ମାନବ ll
ବର୍ଦ୍ଦୋଳି ଠାରେ ଅର୍ଦ୍ଦଳି କଲ,ରୟତ
ଚାଷୀଏ ଉଠିଲେ ମାତି l
ବ୍ରିଟିଶ ଶାସନ ନୁଆଇଁଲା ମଥା ,
ତୁମକୁ ଝୁରେ ଆଜି ଏ ଜାତି ll
ଅହିଂସା ରଣେ ଭରସା ତୁମର
ଗାନ୍ଧୀଙ୍କ ନୀତି ଗାନ୍ଧୀଙ୍କ ଭକ୍ତ ll
କୋମଳ ହୃଦୟ କଠୋର ବାକ୍ୟ,
କଥାରେ ତୁମର ତାତଇ ରକ୍ତ ll
ତୁମର ବୀରତା ବୀରର ବାରତା,
ଅଖଣ୍ଡ ଭାରତ ତୁମ କୀରତି l
କାଶ୍ମୀର ଠାରୁ, କନ୍ୟା କୁମାରୀ
ଏକଦେଶ ଆମେ ଏକଇ ଜାତି ll
ରାତିକ ମ
ଧ୍ୟରେ ହାତୀଏ ଜିଣିଲ,
ଦେଶୀୟରାଜ୍ୟ କରି ମିଶ୍ରଣ l
ବାକ୍ୟ ବାଣରେ ଭାଙ୍ଗିଦେଲ ତୁମେ,
ହାଇଦରାବାଦ ନିଜାମ ଟାଣ ll
ନୂତନ ଭାରତ ନିର୍ମାତା ତୁମ୍ଭେ
ଜାତି ତୁମ୍ଭ ପାଇଁ ଆଜି ଗର୍ବିତ l
ଭାରତ ମାଟିର ଲାଲ ତୁମେ ହେ
ମାତୃଭୂମିର ଯୋଗ୍ୟ ସୁତ ll
ତୁମେ ଜାତିର ସର୍ଦ୍ଦାର ଭାଈ ଟେକି
ଧରିଥିଲ ମୁର୍ଦ୍ଦାର ରାହା l
ଶ୍ରଦ୍ଧାରେ ଭାଈ ସର୍ଦ୍ଦାର ବୋଲି ଖେଦା
ବାର୍ଦ୍ଦୋଳିର ଡାକିଲେ ମାଆ ll
ଆଜାଦ ନାୟକ ହେ ଭାରତ ରତ୍ନ,
ତୁମେ ଅଟ ଭାରତର ଭୂଷଣ l
ଲୌହ ମାନବ ହେ ବଲ୍ଲଭ ଭାଈ,
ପଟେଲ କରୁଛି କୋଟି ନମନ ll
ପଟେଲ କରୁଛି କୋଟି ନମନ ll