STORYMIRROR

Panchanan Jena

Inspirational

4  

Panchanan Jena

Inspirational

କରବଦ୍ଧ ପ୍ରଣାମୀ

କରବଦ୍ଧ ପ୍ରଣାମୀ

1 min
304



ହେ ବରପୁତ୍ର ଶ୍ରଦ୍ଧେୟ ଅଚଳ

ହେ ଭାରତରତ୍ନ ବାଜପେୟୀ ଅଟଳ

ଡିସେମ୍ବର ପଚିଶ ଆସିଲେ 

ତୁମେ ମନେପଡ଼

ତୁମ ଉତ୍ତୁଙ୍ଗ ବ୍ୟକ୍ତିତ୍ବର ମୂଲ୍ୟବୋଧ

ହସହସ ମହନୀୟ ମାନବୀୟ ଶକ୍ତିସୌଧ

ଧସେଇ ପଶିଆସେ ଆମର 

ମାନସ ପଟଳେ ଚଳଚଞ୍ଚଳ ଛୋଟବଡ଼


ଜୟ ଜବାନ୍ ଜୟ କିଷାନ୍ ସ୍ଲୋଗାନ୍

ଆଉ ପାଦେ ଆଗେଇଲା

ଦେଇଥିଲ ନାରା ଜୟ ବିଜ୍ଞାନ 

ସମସ୍ତେ ଗାଇ ଚାଲିଛନ୍ତି

ଜୟ ଜବାନ

ଜୟ କିଷାନ

ଜୟ ବିଜ୍ଞାନ

ଆମ ଅତୁଲ୍ୟ ଭାରତବର୍ଷ ମହାନ


ହେ ପ୍ରବାଦ ପୁରୁଷ 

ହେ ପ୍ରଣମ୍ୟ ପ୍ରଧାନମନ୍ତ୍ରୀ

ତୁମେ ସ୍ୱଦେହେ ଥିଲେ ହେଇଥାନ୍ତ ଶତାୟୁ

ତୁମେ ନାହିଁ ବି ଅଛ ଆମ ଗହଣରେ ଶ୍ରଦ୍ଧାପୂତ ଭାବନା ମଣ୍ଡିତ ଆୟୁ-ବାୟୁ -ପରମାୟୁ


ନୂଆ ସକାଳର ନବାରୁଣ ପରି

ତୁମ କବିତାର ମାଧୁର୍ଯ୍ୟ

 ଛୁଇଁପାରେ ଭୂମିରୁ ଭୂମା

ତୁମ ରାଜନୀତିର ସୌନ୍ଦର୍ଯ୍ୟ 

ଜାଗିପାରେ ପଲ୍ଲୀରୁ ଦିଲ୍ଲୀ

ତୁମ ନିର୍ଭିକତାର ପ୍ରାଚୁର୍ଯ୍ୟ 

ଟାଣିପାରେ ଆଦିରୁ ଅନନ୍ତ

ତୁମ ନିଷ୍ପତ୍ତିର କୌମାର୍ଯ୍ୟ&n

bsp;

କହିପାରେ ସଡ଼କରୁ ସଂସଦ

ତୁମ ଭାଷଣର ଗାମ୍ଭୀର୍ଯ୍ୟ

 କିଣିପାରେ ମିଳିତ ଜାତିସଂଘ


ଦେଇଗଲ ସ୍ଵର୍ଣ୍ଣ ଚତୁର୍ଭୁଜ

ଗାଁ ଗାଁ କୁ ଙ୍କକ୍ରିଟ ସଡ଼କ ପଥ

ପରମାଣୁ ପରୀକ୍ଷଣ କରିଲ ପୋଖରାନରେ

ଆମେରିକାର ଦାଦାଗିରିକୁ ମାରିଲ ନାତ

କାରଗିଲ ଯୁଦ୍ଧରେ ବିଜୟୀ କେତନ ଉଡେଇ

ଶତ୍ରୁମାନଙ୍କୁ ଦେଖେଇଲ ଔକାଡ

ଗଠବନ୍ଧନ ସରକାର ଚଳେଇଲ

ଦେଖେଇଦେଲ ଭିନ୍ନତାରେ ବି ଏକତା

ରାଜନୈତିକ ବିଭିନ୍ନତାରେ ବି ସୁସ୍ଥ ସମାନତା


ହାରିବା - ଜିତିବା ହେବ ରାଜନୀତିରେ

ହସିବା - କାନ୍ଧିବା ହେବ ଜୀବନନୀତିରେ

ଦେଶ କିନ୍ତୁ ରହିବ ବଢିବ 

ଦେଶର ଗଣତନ୍ତ୍ର ଆଗକୁ ଦୌଡିବ

ଛଳ -କପଟ ଖାଲି କ୍ଷଣିକ ଏମିତି ସେମିତି

ସମୃଦ୍ଧ ଭାରତବର୍ଷ ପୁଣି ହସିବ 

ବିଶ୍ଵମଣ୍ଡିତ ବିଜୟ ପତାକାରେ ମୁଣ୍ଡବାନ୍ଧିବ 


ହେ ପ୍ରଣମ୍ୟ ପ୍ରଣମାମୀ

ହେ ପ୍ରାତଃ ସ୍ମରଣୀୟ ନମାମୀ

ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣଉଛି

ତୁମ ଶହେ ଜନ୍ମ ଜୟନ୍ତୀରେ

ଘେନା ଭରିବ ହେ ମହାନୁଭବ

ଦୀନ ହୀନ ଅକିଞ୍ଚନ 

ଓଡ଼ିଆର କରବଦ୍ଧ ପ୍ରଣାମୀ I


Rate this content
Log in

Similar oriya poem from Inspirational