STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଦ୍ଵିତୀୟ ଈଶ୍ଵର

ଦ୍ଵିତୀୟ ଈଶ୍ଵର

1 min
13

କବିତା - ଦ୍ୱିତୀୟ ଈଶ୍ଵର

ରଚନା - ପଞ୍ଚାନନ ଜେନା

ତାରିଖ -୨୫-୦୯-୨୦୨୪


ନାରୀର ଆତ୍ମା ଓ ଶରୀର

ଏକା ସଙ୍ଗେ ଛୁଇଁବା 

ଏକା ସଙ୍ଗେ ପାଇବା

ଲାଗେ ଦୁଷ୍କର

ଲାଗେ କାଠିକର

ମାତ୍ର ଅଛନ୍ତି କିଛି ନର ଦେହୀ

ନାରାୟଣ

ମାତ୍ର ଅଛନ୍ତି ହାତ ଗଣତିରେ 

ପ୍ରେମିକ ପ୍ରବର ଜଣେ ଦୁଇଜଣ


ନାରୀର ଆତ୍ମାକୁ ଦେଇ କାଉଁରୀ ସ୍ପର୍ଶ

ସାଜନ୍ତି ହୃଦୟେଶ୍ଵର 

ନାରୀର ଶରୀରକୁ ଦେଇ କାମନା ଛୁଆଁ

ମାଜନ୍ତି ପ୍ରାଣେଶ୍ଵର

ନାରୀର ତନ-ମନ -ପ୍ରାଣ-ଆତ୍ମାରେ

 ଲଗେଇ କିମିଆଁ

 କୁତୁକୁତୁ ଧୂଆଁ

 ହୁତୁହୁତୁ ନିଆଁ

ପାଲଟିଯାନ୍ତି ଦ୍ଵିତୀୟ ଈଶ୍ଵର


ଚମଡ଼ା ଲୋଭୀ ଲମ୍ପଟ ଭଣଭଣ ଏଠି

ହୃଦୟ ଜିଣିବା ଛାଡ଼

ଆତ୍ମାରେ ଘର କରିବା ଆକାଶ କୁସୁମ 

କବିର କଲମ ଝଡ


ଅଛନ୍ତି ଆଜି ବି କତିପୟ ମହାଶୟ 

ନାରୀ ସମାଜେ ସମ୍ମାନନୀୟ

ମନ ମନ୍ଦିରେ ଆଜି ବି ଜ୍ୟୋତି ଜଳୁଛି

କର୍ମରେ ସଦା ବନ୍ଦନୀୟ ପୂଜନୀୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational