STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଲକ୍ଷ୍ୟଭେଦ

ଲକ୍ଷ୍ୟଭେଦ

1 min
290

କବିତା - ଲକ୍ଷ୍ୟଭେଦ

ରଚନା - ପଞ୍ଚାନନ ଜେନା

ତାରିଖ - ୧୧-୧୨-୨୦୨୪


ରଖ୍ ଧୌର୍ଯ୍ୟ ହେ ମନୁର ସନ୍ତାନ

ଲକ୍ଷ୍ୟ ବି ଆସିବ

ଲକ୍ଷ୍ୟସ୍ଥଳ ବି ଦିଶିବ

ଲକ୍ଷ୍ୟ ପଥରେ 

ଅବିରାମ ଗତିରେ

ସିଦ୍ଧି ବୁଦ୍ଧିରେ 

ପ୍ରଜ୍ଞା ନିକିତିରେ

ଖାଲି ପାଦ ଆଗେଇ ପାରିଲେ ହେଲା ।


ରଖ୍ ସୌର୍ଯ୍ୟ ହେ ପଥିକ ଲକ୍ଷ୍ୟସେନ

ସମସ୍ୟା ବି ଘୁଞ୍ଚିବ

କୁହୁଡି ବି ବାହୁଡିବ

ସାହସ ସାମର୍ଥ୍ୟ ମନରେ

ହିମ୍ମତ ବିବେକ ଚିନ୍ତାରେ

ଖାଲି ଜୁଟେଇ ଗୋଟେଇ ପାରିଲେ ହେଲା ।


ରଖ୍ କୌମାର୍ଯ୍ୟ ହେ ବୀର ସନାତନ

ହା ହୁତାଶନ ସବୁ ଅଚିରେ ଲିଭିବ

କୁତ୍ସାରଟନ ସବୁ ମାଟିରେ ମିଶିବ

ଆର୍ତ୍ତଚିତ୍କାର ସବୁ ଶୂନ୍ୟରେ ଲୁଚିବ

ଖାଲି ଥେଣ୍ଟକାଲା ପରି

ଖାଲି ଶୁଣି ବି ଅଶୁଣା ପରି

ହଜମ କରି ପରଶି ପାରିଲେ ହେଲା |


ବଢେଇ ଦେ ତୋ ବେନି ପାଦକୁ 

ପାହୁଣ୍ଡ ହେବନି କେବେ ପଛକୁ

 ଶେଷ ନିଃଶ୍ୱାସ ଥିବା ଯାଏ ଏ ପ୍ରାଣେ

ଶେଷ ଧମନୀରେ ଶେଷ ରକ୍ତ କ୍ଷରଣେ

ଆଗୁସାର ପାଦ ପଛଘୁଞ୍ଚା ଦେବନି

 ଆବେଦନ ନିବେଦନ କେବେ କରିବିନି

ଲକ୍ଷ୍ୟଭେଦ ପୂର୍ବରୁ କେବେ ଥକିବନି 


ଏ ପଣ ମୋର

ଏ ପ୍ରମାଣ ମୋ ପାଦଚିହ୍ନର

ଏ ପ୍ରମାଣ ମୋ ଅଲିଭା ଲକ୍ଷ୍ୟଭେଦର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational