STORYMIRROR

Panchanan Jena

Romance

4  

Panchanan Jena

Romance

ସମର୍ପିତ ଜତୁଘର

ସମର୍ପିତ ଜତୁଘର

1 min
1

କବିତା - ସମର୍ପିତ ଜତୁଘର
 ରଚନା - ପାଞ୍ଚାନନ ଜେନା
ତାରିଖ -୨୬-୦୪-୨୦୨୬
++++++++++++++++
 ତୁମକୁ ଥରେ ଭାବି ଦେଲେ
 କାହିଁକି କେଜାଣି
 ମୁହୂର୍ତ୍ତ ସବୁ ପାଲଟି ଯାଏ ଗୋପନ ଅଭିସାର
 ସ୍କୃତିଫୁଲ ମହକି ଉଠେ
ଆଳସ୍ୟ ସବୁ ବଦଳି ଯାଏ ସୋପାନ ସ୍ୱପ୍ନଘର

 ତୁମକୁ ଥରେ ଭାବି ଦେଲେ
 କାହିଁକି କେଜାଣି
ଶୀତ ସକାଳର କୁହୁଡ଼ି ପରି
ଯନ୍ତ୍ରଣା ସବୁ ଉଭେଇ ଯାଏ ପଲକ ଇସ୍ତାହାର
 ଧାରେ ହସଟା ଲାଖି ରହେ ଦ୍ୱିତୀୟା ଜହ୍ନ ସରି
ଅତୀତଟା ଉଙ୍କି ମାରେ
 ଉଠ ତୁଟରେ ଫୁଟେ ଅସଂଖ୍ୟ ଝଲକ ଇନ୍ଦିବର

 ତୁମକୁ ଥରେ ଭାବି ଦେଲେ
କାହିଁକି କେଜାଣି
ଗଳଦଘର୍ମ ଦିନଚର୍ଯ୍ୟାର ହଟ ଚମଟ ମାଜେ
କାକସ୍ନାନ ଗଧ ଭୋଜନର ବାଟ ଅବାଟ ସାଜେ ତୁନି ଅବସର
ହଳଦୀ ଗଣ୍ଠି ଦେହକୁ ମୟୁର କଣ୍ଠି ଅମ୍ବର
 ଲହୁଣି ପିତୁଳା ପରି ଯୌବନାଦୀପ୍ତ ଅଙ୍ଗଭାର ସ୍ବପ୍ନ ବିଭୋର

 ତୁମକୁ ଥରେ ଭାବି ଦେଲେ
କାହିଁକି କେଜାଣି
 ଫଗୁ ଫଗୁଣର ଉନ୍ମାଦନାରେ ଉଚ୍ଚ ଜୁଆର
 ହସନ୍ତ ବସନ୍ତ ମୁରୁକି ହସେ ଅଫୁରନ୍ତ ସମ୍ଭାର ମଲ୍ଲୀ ଉପହାର
 ଜ୍ୟୋତ୍ସ୍ନା ବିଧୌତ ରଜତ ଧବଳ କାନ୍ତି ଉପଚାର
 ମନ୍ଦ ମଳୟ କାନେ ଯାଏ କହି ଗୁପ୍ତ ସମାଚାର ନମ୍ର ସ୍ୱଭାବର

 ତୁମକୁ ଥରେ ଭାବି ଦେଲେ
କାହିଁକି କେଜାଣି
ଏମିତି ସେମିତି ହୁଏ ଅନନ୍ତର
ନାହିଁ ନାହିଁରେ ଖେଳେ ପ୍ରୀତି ମହ୍ଲାର
 ବୁଝେଇ ଦେବା ଲୋକ ତ ଫେରାର
ଭାବନାରେ ଚଳେଇ ନେବା
 କଳ୍ପନାରେ ବଳେଇ ଦେବା
ବଳକା ଆୟୁଷ ପରା ସମର୍ପିତ ଜତୁଘର ।


Rate this content
Log in

Similar oriya poem from Romance