STORYMIRROR

Amarnath Barick

Inspirational

4  

Amarnath Barick

Inspirational

ଭଲ ମନ୍ଦ

ଭଲ ମନ୍ଦ

1 min
381


କଳଙ୍କ ଅଟଇ ଅନ୍ଧାରରୁ କଳା

ଭୂମିଠାରୁ ଭାରି ପାପ

ଅଧିକ ଚଞ୍ଚଳ ପବନଠୁଁ ମନ

ରାଧେ କୃଷ୍ଣ ନାମ ଜପ ।

ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।


ଅଗ୍ନିତେଜ ଠାରୁ ପ୍ରଖର ଯେ କ୍ରୋଧ

ଜଳଠୁଁ ପତଳା ଜ୍ଞାନ

ଜହରଠୁଁ ବିଷ ମିଥ୍ୟା ପ୍ରତାରଣା

ଦାନ ଠାରୁ ନାହିଁ ପୁଣ୍ୟ ।

ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।


ପଥର ଦିଅଁଠୁ ବଡ଼ ପିତାମାତା

ଚଳନ୍ତି ଦେବତା ମୋର

ମଧୁଠୁଁ ମଧୁର ମୋର ମାତୃ ଭାଷା

କହି ଜାଣିଲେ ସୁନ୍ଦର ।

ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।


ରତ୍ନ ଅଳଙ୍କାର ସବୁ ପରା ତୁଚ୍ଛ

ସ୍ବାସ୍ଥ୍ୟ ସମ୍ପଦ କେବଳ

ଧନ ଅସ୍ତ୍ରଶସ୍ତ୍ର ସବୁ ପରାଜିତ

ପାଖେ ଥିଲେ ଶିକ୍ଷା ବଳ ।

ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।


ଚଣ୍ଡାଳଠୁଁ ବଡ଼ ମୂର୍ଖ ସେହି ଜାଣ

କରେ ଯିଏ ପର ନିନ୍ଦା

ଧରେ ନାହିଁ ଦିନେ ହରି ନାମ ତୁଣ୍ଡେ

କରୁଥାଇ ମିଛ ଧନ୍ଦା।

ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।




Rate this content
Log in

Similar oriya poem from Inspirational