STORYMIRROR

Amarnath Barick

Fantasy Inspirational

4  

Amarnath Barick

Fantasy Inspirational

ଆଗ ନିମନ୍ତ୍ରଣ

ଆଗ ନିମନ୍ତ୍ରଣ

1 min
1

ଆଗ ନିମନ୍ତ୍ରଣ

ଅମରନାଥ ବାରିକ୍


ଆସ ଆମେ ଦେବା ଆଗ ନିମନ୍ତ୍ରଣ

ବିଘ୍ନରାଜ ଗଣେଶଙ୍କୁ

ନ ଆସିବ ବିଘ୍ନ କାର୍ଯ୍ୟ ହେବ ସିଦ୍ଧି

ଡ଼ାକିଲେ ଆଗ ତାହାଙ୍କୁ ।


ଦ୍ୱିତୀୟରେ ପୁଣି ଦେବା ନିମନ୍ତ୍ରଣ

କମଳା ନାରାୟଣଙ୍କୁ

ମାଙ୍ଗଳିକ କାର୍ଯ୍ୟ ହେବ ଶୁଭଙ୍କର

ଆଶୀର୍ବାଦ ଉଭୟଙ୍କୁ ।


ତୃତୀୟରେ ପତ୍ର ସମର୍ପିତ ଦେବା

ଜୟ ପବନ ପୁତ୍ରଙ୍କୁ

ହେବ ନାହିଁ କେବେ ଅନିଷ୍ଟ ଆଶଙ୍କା 

ପୂଜିଲେ ହନୁମାନଙ୍କୁ ।


ଚତୁର୍ଥେ ଭକ୍ତିରେ ଜଣାଇବା ଘର

କୁଳ ଗ୍ରାମଦେବତୀଙ୍କୁ

ରଖିବେ କୁଳକୁ ଘଣ୍ଟ ଘୋଡ଼ାଇ ଯେ

ଭଜିଲେ ଆଦ୍ୟ ଶକ୍ତିଙ୍କୁ ।


ପଞ୍ଚମେ ଜଣାଇ ଦେବା ନିମନ୍ତ୍ରଣ

ପିତୃପକ୍ଷ ପୁରୁଷଙ୍କୁ

ଅଶ୍ୱତ୍ଥ ବୃକ୍ଷର ମୂଳେ ବାସ ତାଙ୍କ

ସୁମରିଣ ପୂର୍ବଜଙ୍କୁ ।


ଷଷ୍ଠରେ ସ୍ଵହସ୍ତେ ନିମନ୍ତ୍ରଣ ପତ୍ର

ପଠାଇ ମାମୁଁ ଘରକୁ

ତା'ପରେ ବିବାହ ନିମନ୍ତ୍ରଣ ଯେତେ

ଅନ୍ୟାନ୍ୟ ସମ୍ପର୍କୀୟଙ୍କୁ ।


କୟାଁ, ମଙ୍ଗଳପୁର, ଯାଜପୁର

ଦୂରଭାଷ ୯୫୪୦୩୦୮୦୯୫


Rate this content
Log in

Similar oriya poem from Fantasy