ଜଗା ଦର୍ଶନ
ଜଗା ଦର୍ଶନ
. ଜଗା ଦର୍ଶନ
ଅମରନାଥ ବାରିକ୍
ଯାଇଥିଲି କାଲି ଶ୍ରୀମନ୍ଦିର ବୁଲି
ଦେଖିଲି ଜଗାର ହସ ଖିଲିଖିଲି
ପିନ୍ଧିଛି ଖଣ୍ଡୁଆ ନାଲିନାଲି
କରୁଣାର ବାରି ଢ଼ାଳିଦେବ ବୋଲି
ଭକତଙ୍କ ପାଇଁ ଦୁଇ ଭୂଜ ମେଲି
ଶୁଣୁଅଛି ଦୁଃଖ କାନ ଖୋଲି ।
ଚାରି ଦୁଆରକୁ ଦେଇଥିଲା ଖୋଲି
ଭବ୍ୟ ଦରଶନ କରିନେଲି ବୁଲି
ଖାଇଲି ଅବଢ଼ା ଭାତ ଡାଲି
ଅନ୍ତର ବେଦନା ଖୋଲି କହିଦେଲି
ମନ ପ୍ରାଣ ସବୁ ଜଗାକୁ ବିକିଲି
ଯାଇଥିଲି ବେଗେ ଚାଲିଚାଲି ।
ଦରଶନ ପାଇ ମୁକତି ଲଭିଲି
ଜୀବନର ମାନେ ସବୁ ବୁଝିଗଲି
ଜଞ୍ଜାଳରେ ମୋହ ମାୟା ଖାଲି
ପତିତ ପାବନ ବାନାକୁ ଚାହିଁଲି
ଜଗତର ଲାଗି ଦୀପଟେ ଜାଳିଲି
ଜଗତ ଉଦ୍ଧାର ହେଉ ବୋଲି ।
ବାଲି ସେହି ବାଲି ସରଧାର ବାଲି
କାଳିନ୍ଦୀ ତଟର ଅଟେ ସେହି ବାଲି
ବୃନ୍ଦାବନ ବ୍ରଜ ପ୍ରୀତି ବାଲି
କସ୍ତୁରୀ ତିଳକ ଚନ୍ଦନ ବୋଳିଲି
କାଳିଆ ବଳିଆ ସୁଭଦ୍ରାଇ ଗେହ୍ଲି
ଭଉଣୀର ନାମ ଲେଖିଦେଲି ।
ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର
ଓଡ଼ିଶା, ପିନ୍ ନମ୍ବର - ୭୫୫୦୧୧
ଦୂରଭାଷା - ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)
