ଝଡ଼ ବତାସର ଦିନ
ଝଡ଼ ବତାସର ଦିନ
ଝଡ଼ ବତାସର ଦିନ ସବୁଯାକ
ଆଈ ଦେଖିଥିଲେ ଦିନେ
ଭାବିଲା ବେଳକୁ ଲୋମକୁପ ସବୁ
ଫୁଲିଯାଏ ମନ କୋଣେ।
ଆଖି ଭିଜିଯାଏ ଓଦାହୁଏ ଲୁଗା
ଆକାଶ ପାତାଳ ଭାବେ
ନ ମରି ବଞ୍ଚିଛି ଏହି ସଂସାରରେ
କ'ଣ ବା କରିବି ଭବେ ।
କାହିଁକି ତାହାକୁ ଈଶ୍ବର ବଞ୍ଚାଇ
ରଖିଛନ୍ତି ଏତେଦିନ
ତାର ବୟସର ସବୁ ଲୋକମାନେ
ସରଗରେ ଯାଇ ଧ୍ଯାନ।
ବସିକି ଆଈଟି ଭାବି କାନ୍ଦୁଥିଲା
ବରଷାକୁ ଦେଖିଦେଖି
ଆକାଶେ ବାଦଲ ନାଚୁଥିଲା ଧରି
ମନରେ ନ ହୋଇ ଦୁଃଖୀ।
ବିଜୁଳି ଖେଳୁଛି ଆକାଶ କୋଳରେ
ଦେଖିକି ଆଈଙ୍କ ଭୟ
ଈଶ୍ବରଙ୍କୁ ଆଈ ଜୁହାର କରିକି
କହେ ହେଉ ତୁମ ଜୟ।
ତୁମର ଇଛାରେ ଏ ସଂସାର ଚାଲେ
ମୁହିଁ ତ ଇତର ଲୋକ
କ'ଣ ବା ଜାଣିଛି ତୁମର ଉଦ୍ଦେଶ୍ଯ
ମନରେ କେବଳ ଶୋକ।
ଆଈଙ୍କର ଥିଲା ଈଶ୍ବରଙ୍କ ପ୍ରତି
ଭକତି ଓ ସନମାନ
କେବଳ ମନରେ ନିବେଦନ କଲା
ନିଅନ୍ତୁ ତାଙ୍କ ଜୀବନ।
ପାଖକୁ ଆସିକି ନାତିଆ କହିଲା
ଝଡ଼ ଆଉ ବତାସର
ଯାଇଛି ତ ଦିନେ ଏବେ କିନ୍ତୁ ସୁଖ
ଆସିବ ଦେଖ ଆମର।
ଲୁହ ପୋଛିଦେଇ ମୁଣ୍ଡକୁ ଆଉଁସି
ଡାକିଲା ଘରକୁ ଯେବେ
ଆଈ ନାତିଆକୁ କୁଣ୍ଢାଇ କହିଲା
ଝଡ଼କୁ ଦେଖ ତ ଏବେ।
ଆଈ ଆଉ ନାତି ପରସ୍ପର ଦେହେଁ
ବୁଝାଇ ନିଜକୁ ନିଜେ
ନିବେଦନ କଲେ ହେ' ଝଡ଼ ବତାସ
ମରତେ ହେବନି ବିଜେ।
