ବ୍ୟାସ କବି ଫକିର ମୋହନ ସେନାପତି
ବ୍ୟାସ କବି ଫକିର ମୋହନ ସେନାପତି
ମସିହା ଉଣେଇଶ ତେୟାଳିଶ, ମାସ ଜାନୁଆରୀ, ତାରିଖ
ତେର ପବିତ୍ର ମକର ସଂକ୍ରାନ୍ତିରେ
ଚତୁର ଦେୱାନ ଫକୀର ମୋହନ ଜନ୍ନ ନେଲ ଓଡିଶାର
ବାଲେଶ୍ବର ଜିଲ୍ଲା ମଲ୍ଲିକାଶ ପୁରେ |୧|
ହେ ମାଟିର ଶ୍ରେଷ୍ଠ କଥାକାର ଫକୀରମୋହନ, ତୁମ ଜନ୍ମ
ସ୍ଥାନକୁ କେବେ ବି ଭୁଲି ଯାଇନ
"ମୋ ଗ୍ରାମ ମଲ୍ଲିକାଶପୁର" ନାମକ ଏକ କବିତାରେ ଅତି
ଚମତ୍କାର ଭାବେ କରିଛ ବର୍ଣ୍ଣନ |୨|
"ସ୍ଥାନେ ସ୍ଥାନେ ଭ୍ରମି ଭ୍ରମି ଦେଖିଲେ ଜୀବନେ
ସେ ଗ୍ରାମ ଚିତ୍ର ଟି ମାତ୍ର ଭାସୁଛି ନୟନେ ,
ଥାଏ ଯହିଁ ଯାଏ ଯହିଁ ପଡଇ ମନରେ
ବଳେ ମନ ଧାଇଁ ଯାଇ ଦେଖିଆସେ ଥରେ
...
ସେ ଗ୍ରାମର ଦାଣ୍ଡେ ଅଛି ଯେଉଁ ବାଲି ଧୂଳି
ପିଲା ଖେଳବେଳେ ହେଉଥିଲି ଦେହେବୋଳି।
ଯାଇଛି ସେ ଗ୍ରାମେ ଭାସି ମୋ ହୃଦୟ ଧନ
ତଥାପି ସେ ସ୍ଥାନେ ଯିବାପାଇଁ ଧାଏଁ ମନ।
ମୋ କାନକୁ ଶୁଭେ ତାହା ନାମ ସୁମଧୁର।
ସେ କ୍ଷୁଦ୍ର ଗ୍ରାମର ନାମ ମଲିକାଶପୁର।"
ପିତା ଲକ୍ଷ୍ମଣ ଚରଣ ସେନାପତି, ମାତା ତୁଳସୀ ଦେବୀଙ୍କ
କୋଳକୁ କରିଲ ମଣ୍ଡନ
ତୁମ ଜନମ ହେବାର ୫ମ ମାସରେ ମାତା, ୧୯ ମାସରେ
ପିତା କଲେ ସ୍ୱର୍ଗାରୋହଣ |୩|
ଓଡ଼ିଆ ଜାତିର ପ୍ରିୟ ମାତୃଭାଷା ଓଡିଆ ଭାଷା ଅନ୍ଧକାରେ
ହୋଇଥିଲା ସମ୍ମୁଖୀନ
ଓଡିଆ ଭାଷାର ଉନ୍ନତି କଳ୍ପେ କଲ ଭାଷା ଆନ୍ଦୋଳନ
ହେ ସଂକ୍ରାନ୍ତି ପୁରୁଷ ଫକୀର ମୋହନ |୪|
ମନେ ପଡେ ମୋର ଭାଷା ଆନ୍ଦୋଳନ ସମୟରେ ତୁମ ସେ
ଅମର ଲେଖନୀର ବାରତା
ନିଃସୃତ ହୋଇଥିଲା, ସାହିତ୍ୟ ଆକାଶେ ତୁମର ମନ ମଧ୍ୟରେ
ଯାହା ଥିଲା ଅନ୍ତରେ ଚିନ୍ତା |୫|
"ଗରୀବ ଓଡ଼ିଆ କହି ନଜାଣନ୍ତି କଥା
ତୁନି ହୋଇ ରହିଗଲେ ପୋତି ତଳେ ମଥା
ମାତ୍ର ମୁହିଁ ତାଙ୍କ କୀର୍ତ୍ତି ଗାଇବି ନିତ୍ଯାନ୍ତ
ଓଡ଼ିଆ ଭାଷାର ହାଣି ଦେଇଛନ୍ତି ହାତ।"
କୌଣସି ଓଡିଆ ଭୁଲି କି ପାରିବ, ଓଡ଼ିଆ ସାହିତ୍ୟ ତୁମ
ପାଇଁ ଖ୍ୟାତି ଲଭିଛି ଭାରତେ ଜାଣ ,
"କଥା ସାହିତ୍ୟର ଆଦି କାରିଗର", ମୁଣ୍ଡ ଟେକି ଆମେ
ସଗର୍ବେ କହୁଛେ ଆମ ସାହିତ୍ୟ ମହାନ |୬|
ହେ ସଂକ୍ରାନ୍ତି ପୁରୁଷ ଫକୀର ମୋହନ ବିଚକ୍ଷଣ ବୁଦ୍ଧି
ପ୍ରଚଣ୍ଡ ମେଧାବୀ କଥାରେ କେ ହେବ ସରି
ଜନମି, ରଖି ମାତୃଭାଷା ଓ ମାତୃଭୂମି ତୃଷା, ଲେଖନୀ
ବଳେ ଚହଳ ପକାଇଲ ଭାଷାକୁ ହୃଦୟେ ଧରି |୭|
ନିଜ ଖର୍ଚ୍ଚେ ମାମୁଁ ପୁଅ ଭାଇ ଜଗନ୍ନାଥକୁ ପଠାଇଲ
କମ୍ପୋଜିସନ୍ ଓ ପ୍ରିଣ୍ଟି୍ଂରେ ତାଲିମ୍ ନେବା ପାଇଁ
ଖୋଜିବାକୁ ଲାଗିଲ କିପରି ଶସ୍ତାରେ ମେସିନ ପାଇବ
ଗୋଟିଏ ପ୍ରେସ ସ୍ଥାପନ ପାଇଁ |୮|
ଆଠଶତ ଟଙ୍କା ଧାର ଦେଲେ ବନ୍ଧୁ କିଶୋରୀ ମୋହନ
ଦାସ ପ୍ରାର୍ଥନା କରନ୍ତେ ବିନା ଲେଖାପଢ଼ାରେ
ନିଜ ତତ୍ବାବଧାନରେ ଅଣିଲ କଲିକତାରୁ ଏକ ସୁପର୍
ରୟାଲ ପ୍ରେସ ଏହି ଟଙ୍କାରେ |୯|
ପୁରୁଷୋତ୍ତମଙ୍କର ଗୋଟିଏ କୋଠାକୁ ପ୍ରେସ ପାଇଁ ଭଡା
ନେଲ ବାଲେଶ୍ଵର ମୋତିଗଞ୍ଜ ବଜାରରେ
ଛାପାକାର୍ଯ୍ଯ ଆରମ୍ଭ ହେଲା ଓ ନୁଆ ମେସିନ ଯୋଗୁଁ ଛାପା
କାମ ଚାଲିଲା ସୁରୁଖୁରୁରେ |୧୦|
ଉତ୍କଳ ଦୀପିକା, ବୋଧ ଦାୟିନୀ ଓ ବାଲେଶ୍ଵର ସମ୍ବାଦ
ପାଠ୍ୟପୁସ୍ତକ, ସାହିତ୍ୟ ପତ୍ରିକାର ପ୍ରକାଶନ ପାଇଁ
ପ୍ରଥମ ପଦକ୍ଷେପ ନେଇଥିଲ ବାଲେଶ୍ଵରରେ "ପି.ଏମ୍.
ସେନାପତି ଏଣ୍ଡ କୋ-ଉତ୍କଳ ପ୍ରେସ୍ " ସ୍ଥାପନ କରାଇ |୧୧|
ହେ ବ୍ୟାସକବି ଫକୀରମୋହନ,ସାହାଯ୍ୟକାରୀ ବୈକୁଣ୍ଠ
ନାଥ ଦେଙ୍କ ଉଦ୍ଦେଶ୍ୟରେ
ଲେଖିଥିବା କବିତା ଆଜି ମନେ ପକାଏ ସମସ୍ତ ଓଡିଆ ପୁଅ
ବୀର ଗରବେ ଆଜି ଦିନରେ |୧୨|
" ହେ ବୈକୁଣ୍ଠନାଥ ଦେ ରାଜା ବାହାଦୂର!
ସତେ ସତେ ତୁମ୍ଭେ ଜଣେ ଅଟ ବାହାଦୂର।
କରିବାକୁ ଦେଶ ଉପକାର ବୀରପଣେ,
ନଥିଲା ନହେବ ନାହିଁ ତୁମ ପରି ଜଣେ।"
ଅସ୍ତମିତ ହୋଇଗଲ ଉଣେଇଶ ଅଠର ମସିହା ଜୁନ୍ ମାସ
ଚଉଦ ତାରିଖରେ
ହରାଇଲା ଉଜ୍ବଳ ନକ୍ଷତ୍ରଟିଏ ଆମ ଉତ୍କଳ ଜନନୀ, ଶୂନ୍ୟ
ସ୍ଥାନ ସୃଷ୍ଟି କରି ସାହିତ୍ୟ କ୍ଷେତ୍ରରେ |୧୩|
ହେ ସଂକ୍ରାନ୍ତି ପୁରୁଷ ଫକୀର ମୋହନ, ମହାନ୍ ଲେଖକ
ସମାଜର କଥା ଲେଖି ଯାଇଛ ଭାବି ଭାବି
ଲେଖା ପଢିଲେ ଆଖି ଆଗରେ ନାଚି ଯାଏ ସେତେବେଳେ
ଇଂରେଜ ଶାସିତ ପରାଧୀନ ସମାଜର ଛବି |୧୪|
ହେ ବ୍ୟାସ କବି ଫକିର ମୋହନ ସେନାପତି, ସତରେ ତୁମେ
ଓଡିଆ ଭାଷା ସାହିତ୍ୟର ଯାଦୁକର
ସାହିତ୍ୟ ମାଧ୍ୟମେ ହେ କବି ଆଣି ପାରିଲ ପରାଧୀନ ଥିବା ଆମ
ସମାଜରେ କେତେ ବୈପ୍ଳବିକ ସଂସ୍କାର |୧୫|
ତୁମ ଦ୍ୱାରା ଲିଖିତ ଉପନ୍ୟାସ, ମାମୁଁ , ପ୍ରାୟଶ୍ଚିତ, ଲଛମା
ସହିତ ଛଅ ମାଣ ଆଠ ଗୁଣ୍ଠ
ଦର୍ଶାଏ ଶାରୀଆ ଭଗିଆ ଶୋଷଣ କଷଣର ଚିତ୍ର ଓ ଇଂରେଜ
ଦ୍ୱାରା ଅବସ୍ଥାପିତ ଜମିଦାର ଲୁଟ |୧୬|
କାଳଜୟୀ ରେବତୀ ଗଳ୍ପ, ସାଜିଲା ମାର୍ଗ ଦର୍ଶକ ଆମ
ସମାଜରେ ନାରୀ ଶିକ୍ଷା ପାଇଁ
ଡାକ ମୁନିସି ଚେତେଇଲା ମାର୍ଗ, ବିଦେଶୀ ଶିକ୍ଷା ବ୍ୟବସ୍ଥାର
ଆମୂଳ ଚୂଳ ପରିବର୍ତ୍ତନ ପାଇଁ |୧୭|
ସ୍ତ୍ରୀ ସୁଲୋଚନା ମଦୁଆ ସ୍ୱାମୀ ଚନ୍ଦ୍ରମଣିଂକୁ ଛାଞ୍ଚୁଣୀରେ ଦେଲା
ମାଡ କଷି ମନ ଭରି
ଜଗାଇଲା ନାରୀ ଜାତିକୁ ଶିକ୍ଷା ଓ ମଦତ୍ ଦେଲା ଅନ୍ୟାୟକୁ
ଲଢ଼ିବାକୁ କେବେ ନଡରି |୧୮|
ତୁମର ସେଇ ଧୂଳିଆ ବାବା ରାଣ୍ଡି ପୁଅ ଅନନ୍ତା ଉତ୍କଳ ଭ୍ରମଣ
କାହାଣୀ ଲେଖା ହୋଇଛି କାଳଜୟୀ
ବୌଦ୍ଧବତାର କାବ୍ୟ, ଆତ୍ମଜୀବନ ଚରିତ ରଚନା କରି ତୁମେ
ହୋଇଛ ଓଡିଆ ସାହିତ୍ୟ ବିଜୟୀ |୧୯|
ହେ ଫକୀରମୋହନ, ଓଡ଼ିଆ ଭାଷାକୁ ଗତିଶୀଳ କରି ପାରିଛି
ତୁମ ସାଙ୍ଗଠନିକ ଦକ୍ଷତା ଓ ସୃଜନଶୀଳତା
ସହିତ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଭବିଷ୍ୟତ ନିର୍ମାଣ କରି
ପାରିଥିଲା ତୁମର ୧୯୧୬ ମସିହାର ଏହି ଗାଥା |୨୦|
"ଆଜି ଆସ ହେ ଦୀନ ଭବନେ
ଆସ ହେ ସୋଦର ଡାକୁଛି ଆଦରେ
ଜନନୀ ଚରଣ ପୂଜନେ
....
ବଳଙ୍ଗ ବକ୍ଷରେ ଭାସୁନାହିଁ ପୋତ
ସୁଲୁପ ବୋଇତ ତରୀ ଶତଶତ ।"
ହେ କଥା ସାହିତ୍ୟର ଆଦି କାରିଗର ବୀର ପ୍ରସବୀନି ଏ
ମାଟି ତୁମକୁ ପରା ଜନ୍ମ ଦେଇଛି
ରାମାୟଣ, ମହାଭାରତ, ହରିବଂଶ ଅନୁବାଦେ ହେ ବ୍ୟାସ
କବି ତୁମ କୀର୍ତ୍ତିରେ ଗର୍ବିତ ବି ହୋଇଛି |୨୧|
ହେ ସରସ୍ବତୀ ଉପାଧିର ସାଧକ ଓଡିଆର ଯୁଗ ଯୁଗର ସ୍ୱପ୍ନକୁ
ପୂର୍ଣ୍ଣ କରିଛି ତୁମରି ପରାକାଷ୍ଠା
ତୁମ ଲେଖା କାବ୍ୟ କବିତା ଦେଖାଏ ମୋ ଉତ୍କଳ ମାଟି ପାଇଁ
ତୁମ୍ଭର ଯୁକ୍ତି ସମ୍ପନ୍ନ ବହୁ ନିଷ୍ଠା |୨୨|
ଗର୍ବିତ ଆମ ଜାତି ହେ ଆମ ଓଡ଼ିଶାର ମହାନ ବ୍ୟକ୍ତିତ୍ଵ ଆହେ ଫକୀରମୋହନ ସେନାପତି
ଅଭୂଲା ଅଟେ ତୁମ କୀର୍ତ୍ତି, ସ୍ମରଣେ କରେ ତୁମରି ଯାତ୍ରା ଅମର
ହେ ତୁମେ ସଦା ଝୁରୁଥିବ ଏ ଜାତି |୨୩|
