STORYMIRROR

Sanuja Meghamala

Inspirational

4  

Sanuja Meghamala

Inspirational

ଖିଏ ହସ

ଖିଏ ହସ

1 min
147

ଓଠର କୋଣରୁ  ଝରି ଯାଏ ଯେବେ

     ମଧୁର ହସରୁ ଖିଏ

 ସେହି ହସ କହେ  ମନ ତଳ କଥା

   ନ କହି ବି' ବୁଝି ହୁଏ ।


ହସ ମାନେ ନୁହେଁ  ସୁଖର ଜୀବନ

   ଦୁଃଖ କେଭେଁ ଛୁଇଁ ନାହିଁ

ଥାଉ ଯେତେ ଦୁଃଖ  ହସି ପାରେ ଯିଏ

  ତା 'ପରି ମଣିଷ କାହିଁ ?।


 ଚେନାଏ ହସ ଯେ  ଅନ୍ଧାରେ ଆଲୋକ

    ଭରଷାର ପ୍ରତିବିମ୍ବ

ପରକୁ  ଆପଣା   ନିମିଷକେ  କରେ

   ଭୁଲି ଯେତେ ଭେଦ ଭାବ ।


କେବେ ଯନ୍ତ୍ରଣା ବି  ହସ ହୋଇ ଝରେ

   ନ ଦେଇ କା ମନେ ବ୍ୟଥା

ମମତା ମଧୁର     ସମ୍ପର୍କର ଡୋର

  ଯୋଡ଼ି ରଖି ଥାଏ ସଦା ।

 

 ନିଜେ ହସି ଆନେ   ହସାଇ ପାରିଲେ

      ଜୀବନ ସରସ ହୁଏ

 ଖିଏ ହସ ତଳେ   ମିଛ ଦୁନିଆର

   ସବୁ ସତ ଶୋଭା ପାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational