Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanuja Meghamala

Classics

4  

Sanuja Meghamala

Classics

ଗଣେଶ ବନ୍ଦନା

ଗଣେଶ ବନ୍ଦନା

1 min
380


ବନ୍ଦେ ଗଜାନନ   ଗଉରୀ ନନ୍ଦନ

   ସର୍ବ ବିଘ୍ନ ବିନାଶକ

ସଦାଶିବ ହର ପିତା ଯେ ତୁମର

  ତୁମେ ସିଦ୍ଧି ବିନାୟକ ।


ଜୟ ଗଣନାଥ ସର୍ବାଗ୍ରେ ପୂଜିତ

ଜ୍ଞାନଦାତା ତୁମେ ଦେବ

ନମୋ ଲମ୍ବୋଦର ପ୍ରଭୁ ବକ୍ରତୁଣ୍ଡ

 ମୂଷିକ  ବାହନ ତବ ।


 ଲଡୁ ମୋଦକ ଯେ  ପ୍ରସାଦ ତୁମର

  ମନ୍ଦାର ଶୋଭିତ ଗଳା

 ଦୁବ ଘାସ ଛାର  ଅତି ପ୍ରିୟ ତବ

  କେ ବୁଝିବ ତୁମ ଲୀଳା ।


 ବିଦ୍ୟା ବୁଦ୍ଧି ଦାତା  ମଙ୍ଗଳ ବିଧାତା

  ସକଳ ସଙ୍କଟ ହାରି

 ଜୟ ଗଣପତି ଦୁଃଖ ନାଶ କର

 କେହି ନାହିଁ ତୁମ ସରି ।


ଘେନ ହେ ପ୍ରଣତୀ  ଗଣ ଅଧିପତି

 ସର୍ବ ବିଘ୍ନ ହେଉ ଦୂର

ଭକ୍ତି ଅର୍ଘ୍ୟ ଦେଇ  ତୁମ ଶ୍ରୀ ଚରଣେ

କରେ କୋଟି ନମସ୍କାର ।


Rate this content
Log in

Similar oriya poem from Classics