STORYMIRROR

Bishwaranjan Tripathy

Classics Inspirational Others

3  

Bishwaranjan Tripathy

Classics Inspirational Others

ଜନ୍ମ ଓ ମୃତ୍ୟୁ

ଜନ୍ମ ଓ ମୃତ୍ୟୁ

1 min
23

ଏ ଜନମ ବି ସତ୍ୟ, ପୁଣି ମରଣ ବି ସତ୍ୟ,

ସେ ରାଜା ହେଉ ଅବା ହେଇଥାଉ ରଙ୍କ,

ମରଣ କେବେବି ପଦ ଦେଖେନାହିଁ,

ସେଯେ ଅଟେ ଚିରନ୍ତନ ସତ୍ୟ।

ସଭିଏଁ ସେ ମରଣର ଅଟୁ ଦାସ।

ଏ ଜୀବନ ଏକ ଆନନ୍ଦ ଦାୟକ ସତ୍ୟ,

କିନ୍ତୁ ମୃତ୍ୟ ଅଟେ ପୁଣି ବେଦନା ଦାୟକ ସତ୍ୟ,

ସେ ସତ୍ୟକୁ ଭୁଲି ଆଜିର ମଣିଷ,

ହୋଇଛି ଏ ମିଛ ମାୟାରେ ବଶ।

ମିଛ ମାୟାରେ ବୁଡି ହୁଏ ଉବୁଟୁବୁ,

ବିଚାରି ପାରେନାହିଁ ଆଗପଛ,

ସେହି ଅବିଚାରେ ନିର୍ଦୋଶି ଟେ ପାଏ,

ଖାଲି ଯେତେ ନିନ୍ଦା,ଆଉ ଅପଯସ।

ଖାଲି ଧନ ଧନ ହୋଇ ଆଜି ବଞ୍ଚୁଛି ମଣିଷ,

ସବୁ ବୁଝିକରି ଆଜି ଅବୁଝା ହୁଅଇ ସେତ

ଇତିହାସେ ଯଦି ଟିକେ ତାର ପଲକ ପକାନ୍ତା

ବୁଝିଯାଆନ୍ତା ଯେ,ସେହି ଧନ କରିଦେବ ଦିନେ ନାଶ।

ନିଧନ ହୋଇବା ପୂର୍ବରୁ ଯେ ପୁଣି

ସଞ୍ଚିଥିବୁ ଯଦି କିଛି ଧର୍ମ ଧନ

ସେହି ଧର୍ମ ବଳେ କଟିଯିବ ତୋର

ଶେଷ ବର୍ଷ ମାସ ବାର ଦିନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics