STORYMIRROR

Jayashree Das

Classics

4  

Jayashree Das

Classics

ଦେବସ୍ନାନ ପୂର୍ଣ୍ଣିମା

ଦେବସ୍ନାନ ପୂର୍ଣ୍ଣିମା

2 mins
360

ବାରମାସେ ତେର ପର୍ବ ଶ୍ରୀକ୍ଷେତ୍ରରେ,

    ସ୍ନାନ ପର୍ବ ଶ୍ରେଷ୍ଠ ଯାତ

ଜ୍ୟେଷ୍ଠ ପୂର୍ଣ୍ଣମୀ ରେ ହୁଏ ଦେବସ୍ନାନ,

    ଲକ୍ଷ ଭକ୍ତ ଆତ ଯାତ ।


ନୀଳକନ୍ଦରରୁ ବାହାରି ଆସନ୍ତି,

   ଭକ୍ତ ଦର୍ଶନlଭିଳାଷି

ଚତୁର୍ଦ୍ଧା ମୂରତି ପହଣ୍ଡି ରେ ଆସି,

   ସ୍ନାନ ମଣ୍ଡପେ ବସନ୍ତି ।


କୋଟିକୋଟି ଭକ୍ତ ଉଦବୃତ୍ତ ପ୍ରେମରେ,

   ପାଦ ପଦ୍ମେ ଯୋଡି କର

ଆପ୍ଲୁତ ନୟନେ ଦର୍ଶନ କରନ୍ତି,

   ମହାସ୍ନାନ ପ୍ରଭୂଙ୍କର ।


ଶହେ ଆଠ କୁମ୍ଭ ସୁବାସିତ ଜଳେ,

   ଭାଈ ଭଉଣୀଙ୍କ ସଙ୍ଗେ

ଜଗତର ନାଥ ସ୍ନାହାନ କରନ୍ତି,

   ଦେଖନ୍ତି ଭକତ ଭାବେ ।


ଉତ୍ତରଦ୍ୱାରର ବନ୍ଦ ସୁନା କୂଅ,

   ଖୋଲେ ଏକାଦଶୀ ଦିନ

ନୂଆ ଝର ପାଣି ଅଣା ଯାଇ ଥାଏ,

   ମିଶେ କର୍ପୁର ଚନ୍ଦନ ।


ସୁଦର୍ଶନ ଦେବ ଅଠର କୁମ୍ଭ ଯେ,

   ସୁଭଦ୍ରା ବାଇଶି କୁମ୍ଭ

ତେତିଶି କୁମ୍ଭ ଯେ ବଳଭଦ୍ର ଭ୍ରାତା,

   ଜଗା ପଇଁତିରିଶି କୁମ୍ଭ ।


ଦ୍ୱାପର ଯୁଗ ରେ ଗୋପୀ ଅଭିଶାପେ,

   ଆଜି ଏହି ସ୍ନାନ ହୁଏ

ଗୋପୀଙ୍କ ସ୍ନାହାନ ଲୁଚି ଦେଖୁଥିଲେ,

   ଗୋପପୁରେ ନନ୍ଦ ପୁଏ ।


ଲଜ୍ଜାନତ ଶିରେ ଅଭିଶାପ ଦେଲେ,

    ଗୋପବାଳା ସେହି ଦିନ

ଆମ ସ୍ନାହାନ କୁ ଲୁଚି ଦେଖିଲ ହେ,

   ଭକ୍ତ ଆଗେ କର ସ୍ନାନ ।


ଶହେ ଆଠ ଗରା ଜଳରେ ଗାଧୋଇ,

   ଅଣସର ଘରେ ରହି

ଗୁପ୍ତସେବା ପାନ୍ତି ଆରୋଗ୍ୟ ହୁଅନ୍ତି,

   ଫୁଲୁରୀ ତେଲ ଲଗାଇ ।


ଚତୁର୍ଦ୍ଧା ମୂରତି ଜନ୍ମ ଦିବସ ଟି,

   ସ୍ନାନ ପୂର୍ଣ୍ଣିମା ର ତିଥି

ରାଜା ଇନ୍ଦ୍ରଦ୍ୟୁମ୍ନ ମା ରାଣୀ ଗୁଣ୍ଡିଚା,

   ରଖି ଯାଇଛନ୍ତି କୀର୍ତ୍ତି ।


ରତ୍ନବେଦୀ ପରୁ ଓଲ୍ହାଇ ଆସନ୍ତି,

   ଦିଅନ୍ତି ଦର୍ଶନ ପ୍ରଭୂ

ବରଷକେ ଥରେ ଗଜାନନ ବେଶ

   ଗଣପତି ଭଟ୍ଟ ଯୋଗୁଁ ।


କର୍ଣ୍ଣାଟକ ଦେଶ ଗଣପତି ଭଟ୍ଟ,

  ସେ ଯେ ଭକ୍ତ ଶିରୋମଣି

ଜଗନ୍ନାଥଙ୍କର ମଧ୍ୟ୍ୟରେ ଖୋଜିଲେ

   ଅଗ୍ର ପୂଜ୍ୟ ଗଣପତି।


କରି ଅଭିମାନ ଫେରି ଯାଉଥିଲେ,

   ଭକ୍ତ ଗଣପତି ପରା

ମୁଦି ରଥେ ହେଲା ସ୍ୱପ୍ନାଦେଶ ପୁଣି,

   ଭକ୍ତଙ୍କୁ ଡକାଅ ତୋରା


ଭକ୍ତ ପାଇଁ ହେଲେ ଗଜାନନ ବେଶ,

   ଦେଖି ରୂପ କମନୀୟ

ସଂଦର୍ଶନ କରି ସେ ରୂପ ମାଧୁରୀ,

   ଶ୍ରୀ ଅଙ୍ଗରେ ହେଲେ ଲୀନ ।


ସେହି ଦିନଠାରୁ ଆଜିପରିଯନ୍ତେ,

   ଚତୁର୍ଦ୍ଧା ମୂରତି ମାନେ

ଗଜାନନ ବେଶ ହୋଇଆସୁଛନ୍ତି,

   ସ୍ନାନ ପୂର୍ଣ୍ଣିମାର ଦିନେ ।


ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତlପ ଠାରୁ,

   ଶୀତଳ ଲଭିବା ପାଇଁ

ସ୍ନାହାନ କରନ୍ତି ଜ୍ୱରରେ ପଡନ୍ତି,

   ଅଣସରରେ ଗୋସେଇଁ ।


ମାନବୀୟ ଲୀଳା ଏମିତି ଠାକୁର,

   ଦେଶ ଦୁନିଆରେ ନାହିଁ

ସେଥିପାଇଁ ପରା ଜଗତର ନାଥ,

   ନାମ କୁ ଅଛନ୍ତି ବହି ।


ଦରଶନ ଆଉ ହୋଇପାରେ ନାହିଁ,

   ପଟି ଦିଅଁ ପୂଜା ପାନ୍ତି,

ଅଲାରନାଥ ଙ୍କୁ ଦର୍ଶନ କରନ୍ତି

  ଭକ୍ତ ବ୍ରହ୍ମଗିରିକୁ ଦୌଡ଼ିଯାନ୍ତି ।


ବର୍ଷ ଆରମ୍ଭ ର ପ୍ରଥମ ଏ ଯାତ,

  ଐଶ୍ବର୍ଗୀକ ପର୍ବ ଏହି

ଗୁଣ୍ଡିଚା ମନ୍ଦିରେ ଯିବାର ପ୍ରସ୍ତୁତି,

   ଏହି ଦିନରୁ ହୁଅଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics