Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Classics Inspirational Others

4.7  

Sambit Srikumar

Classics Inspirational Others

ରାବଣ

ରାବଣ

1 min
313



ରାବଣକୁ ନେଇ ଆଜିକାଲି ଆମ

ସମାଜରେ ହେଉଛି ଅନେକ ଚର୍ଚ୍ଚା

ହୁଏତ ମର୍ଯ୍ୟାଦା ପୁରୁଷୋତ୍ତମ

ହୋଇ ନପାରିବାର ଏଇ ଦାରୁଣ ବ୍ଯଥା ।

ପୁରପଲ୍ଲୀରେ ମହା ଆଡମ୍ବରେ

ହୁଅଇ ପାଳିତ ରାବଣ ଦହନ

ଯେପରି ସଭିଏଁ ତାହାଙ୍କ ସଖା

ସହୋଦର ଅବା ଆତ୍ମୀୟ ସ୍ବଜନ ।

ଶୋକସଭା ମଞ୍ଚରେ ଅଧିସୀନ ବକ୍ତା

ରାବଣାୟାଣ କରନ୍ତି ସଦର୍ପେ ଗାନ

ବଖାଣି ପକାନ୍ତି କେତେ ତତ୍ତ୍ଵ ଜ୍ଞାନ

ସୂର୍ପଣଖାର ପ୍ରତିଶୋଧରୁ ସୀତା ହରଣ ।

ପ୍ରଶଂସି କରନ୍ତି ସାଦର ସମ୍ବୋଧନ

ପ୍ରୟୋଗ କରି ଉଚ୍ଚକୋଟିର ବିଶେଷଣ

ମହାଜ୍ଞାନୀ ବ୍ରାହ୍ମଣଶ୍ରେଷ୍ଠ ବିଶ୍ରବାନନ୍ଦନ

ତ୍ରିପୁର ବିଜୟୀ ଲଙ୍କେଶ ଦଶାନନ ।

ଭାତୃ ଦ୍ରୋହି ଗୃହଭେଦୀ ଆଭୁଷଣରେ

ଭୂଷିତ ହୁଅନ୍ତି ଅନୁଜ ବିଭୀଷଣ

ଗଣନା ହୁଏ ତାଙ୍କର ଚାରିତ୍ରିକ ଅବଗୁଣ

ହରି ଭକ୍ତ ହେବାର ଏଇ ତ ବିଦୂଷଣ ।

ସମାଜର ଏକି ପ୍ରକାର ବିଲକ୍ଷଣ

ଦୁରାଚାରୀଙ୍କ ଅଧିବକ୍ତା ସାଜନ୍ତି

ଆତ୍ମଘୋଷିତ ମହାପଣ୍ଡିତ ଗଣ

କରନ୍ତି ଅଯଥା ମହିମା ମଣ୍ଡନ ।



Rate this content
Log in

Similar oriya poem from Classics