Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4  

DILIP KUMAR SAHOO

Classics

ପତିତ ଉଦ୍ଧାର ପାଇଁ

ପତିତ ଉଦ୍ଧାର ପାଇଁ

2 mins
437



ଜୟଜୟ ଜଗନ୍ନାଥ ହେ ଜୟ ଅନାଥ ନାଥ

ପତିତ ଉଦ୍ଧାର ପାଇଁ କି ତୁମ ଏ ରଥଯାତ।

ସ୍ବବିଗ୍ରହେ ଆସି ପ୍ରଭୁ ହେ କର ଏ ଦିବ୍ୟ ଲୀଳା

ଧନ୍ୟ ହୁଏ ଦେଖି ପତିତ ତୁମ ସେ ଚକାଡୋଳା।

ଶ୍ରୀମନ୍ଦିର ସିଂହଦୁଆରୁ ଶ୍ରୀଗୁଣ୍ଡିଚା ମନ୍ଦିର

ଭାବ ଭକତିରେ ଭକତ ହେଉଥାନ୍ତି ବିଭୋର।୧।


ପବିତ୍ର ଆଷାଢ଼ ମାସର ଶୁକ୍ଳ ଦ୍ଵିତୀୟା ଦିନ

ଉଛୁଳେ ମାଟିରୁ ଆକାଶ ଜଳ ସ୍ଥଳ ପବନ।

ସରଗ ରାଇଜେ ଦେବତା ସେତ ରୁହନ୍ତି ଚାହିଁ

ପ୍ରଭୁଙ୍କର ରଥଯାତରା ଲିଳା ଦେଖିବା ପାଇଁ।

ଶ୍ରୀମନ୍ଦିର ସିଂହ ଦୁଆରେ ସଜ ରଥ ତିନୋଟି 

ନନ୍ଦିଘୋଷ ଦେବଦଳନ ତାଳଧ୍ବଜ ରଥଟି।୨।


ବଡ଼ଦାଣ୍ଡେ ଭିଡ଼ ପ୍ରବଳ ଭକତ ଙ୍କ ଗହଳି

ହରିବୋଲ ହୁଳହୁଳିରେ ଦାଣ୍ଡ ପଡେ ଉଛୁଳି।

ଦେଉଳରୁ ହୋଇ ବାହାର ସାତ ପାହାଚ ତଳେ 

ଟାହିଆ ନାଆନ୍ତି ଠାକୁରେ ଘନେ ଚପଳା ଖେଳେ ।

ଆନନ୍ଦ ବଜାର ଦେଇତ ଦିଅଁ ମାନେ ଆସନ୍ତି 

ସୁବାସିତ ପୁଷ୍ପ ଆକାଶୁ ସତେ ହୁଅଇ ବୃଷ୍ଟି।୩‌।


ବାଇଶି ପାହାଚେ ପହଣ୍ଡି ଶୋଭା ଅପୂର୍ବ ସେତ

ଆଲଟ ଚାମର ପଡଇ ବାଜେ କାହାଳୀ ଘଣ୍ଟ।

ଦାରୁ ରୂପି ଚକ୍ର ଆଗରେ ସୁଦର୍ଶନ ଆସନ୍ତି 

ଦେବୀ ଙ୍କର ଦେବଦଳନ ରଥେ ବିରାଜିଥାନ୍ତି।

ସୁଦର୍ଶନ ଙ୍କର ପଛରେ ବଳଭଦ୍ର ଥାଆନ୍ତି 

ଶୂନ୍ୟ ପହଣ୍ଡି ରେ ସୁଭଦ୍ରା ତାଙ୍କ ପଛେ ଆସନ୍ତି ।୪।


ଶୋଷରେ ପହଣ୍ଡି କରନ୍ତି ପ୍ରଭୁ କଳା ଗୋସାଇଁ 

ଦିବ୍ୟ ନନ୍ଦିଘୋଷ ରଥରେ ବିଜେ କରନ୍ତି ଯାଇ।

ରଥରେ ଚତୁର୍ଦ୍ଧା ମୂରତୀ ଆଖି ରୁହଇ ଲାଖି

ପ୍ରାଣ ପକ୍ଷୀ ଧନ୍ୟ ହୁଅଇ ରଥେ ପ୍ରଭୁ ଙ୍କୁ ଦେଖି।

ଉର୍ଦ୍ଧ ବାହୁହୋଇ ଭକତେ ଦାଣ୍ଡେ ନାଚ କରନ୍ତି

ଭାବରେ ବିଭୋର ହୋଇଯେ ତଳେ ଗଡି ଯାଆନ୍ତି।୫।


 ପ୍ରଭୁଙ୍କ ପ୍ରଥମ ସେବକ ଗଜପତି ଆସନ୍ତି 

ତିନି ରଥେ ଛେରା ପହଁରା ସେତ କରିଯେ ଥାନ୍ତି।

ପ୍ରଦୀପ ଜାଳିଣ କରନ୍ତି ଆଳତି ସେ ଅର୍ପଣ

ରାଜନୀତି ବନ୍ଦାପନା ଯେ ବାଢ଼ି ଶ୍ରଦ୍ଧା ସୁମନ ।

ସରିଗଲେ ଛେରାପହଁରା ଚାରମାଳ ଫିଟଇ

ଘୋଡ଼ାମାନେ ଯୋଚା ହୁଅନ୍ତି ଚିନି ରଥରେ ଯାଇ।୬।


ରଥ ଟାଣିବାକୁ ଭକତେ ହେଉଥାନ୍ତି ଉଛ୍ଛନ

ରଥ ଦଉଡି କୁ୍ ମଥାରେ ଛୁଇଁ ହୁଅନ୍ତି ଧନ୍ୟ ।

ଡାହୁକ ଙ୍କ ବୋଲି ବାଣୀ ଯେ ସେତ ହଲାଇ ବେତ 

ବାଜେ ଭେରି ତୁରୀ କାହାଳୀ ବାଜେ ମୃଦଙ୍ଗ ଘଣ୍ଟ।

ଭକ୍ତିରେ ଭକତେ ଟାଣନ୍ତି ରଥ ଦଉଡି ଭିଡି

ଘୋର ଘରର୍ଘର ନାଦରେ ରଥ ଯାଆନ୍ତି ଗଡି ।୭୍।


ଆଗେ ଆଗେ ବଡ ଭାଇଙ୍କ ତାଳଧ୍ଵଜ ଯାଆନ୍ତି 

ମଝିରେ ତ ଦେବଦଳନ ସେତ ଦେବୀ ରଥଟି 

ଶେଷରେତ ବଡଦିଅଁଙ୍କ ନନ୍ଦିଘୋଷ ଯେ ଟଣା

ନନ୍ଦିଘୋଷ ଟାଣିବାକୁତ ଭକ୍ତେ ହୁଅନ୍ତି ବଣା ।

ତିନି ରଥ ଗଡିଯାଆନ୍ତି ସେ ଶରଧାବାଲି କୁ

ଯାଆନ୍ତି ଚତୁର୍ଦ୍ଧା ମୂରତୀ ତାଙ୍କ ଜନ୍ମ ବେଦୀକୁ।୮।


ଆଡପ ଲିଳା ଯେ କରନ୍ତି ରହି ଗୁଣ୍ଡିଚା ଘରେ

ନବଦିନ ଲିଳା ପ୍ରଭୁଙ୍କ ସେହି ଜନ୍ମ ବେଦୀରେ।

ଗୁଣ୍ଡିଚା ମନ୍ଦିର ନୀରବ ଥାଏ ବରଷ ସାରା

ତିନି ରଥ ଲାଗି ଗଲେତ ଉଛୁଳଇ ଯାତରା।

ଆଡପ ଦର୍ଶନ କରିଲେ ମହାପୂଣ୍ଯ ଅର୍ଜନ 

ଗହଳ ଚହଳ ସେଲାଗି ହୁଏ ସେ ନଅ ଦିନ ।୯।


ବାହୁଡ଼ା ଦଶମୀ ଦିନଟି ସେତ ଚତୁର୍ଦ୍ଧା ମୂର୍ତ୍ତୀ 

ସିଂହ ଦୁଆରକୁ ବାହୁଡ଼ା ରଥେ ଲେଉଟି ଥାନ୍ତି।

ମାଉସୀ ମାଆ ଙ୍କ ମନ୍ଦିରେ ରଥ ଅଟକଥାନ୍ତି

ପୋଡପିଠା ଖାଇ ଦିଅଁଯେ ଖୁସିମନେ ଫେରନ୍ତି।

ବାହୁଡ଼ା ବାସିତ ରଥରେ ହୁଏ ସୁନାବେଶଟି

ପୂର୍ଣ୍ଣ ବ୍ରହ୍ମ ଦାରୁବ୍ରହ୍ମଯେ ଦୟା ବରଷିଥାନ୍ତି।୧୦।


ପରଦିନ ରଥ ଉପରେ ହୁଏ ଅଧର ପଣା 

ମୋକ୍ଷ ପାଇଁ ଅଶରୀରିଯେ ହେଉଥାଆନ୍ତି ବଣା।

ପବିତ୍ର ଆଷାଢ଼ ମାସର ଶୁକ୍ଳ ତ୍ରୟୋଦଶୀରେ 

ଚତୁର୍ଦ୍ଧା ମୂରତୀ ନୀଳାଦ୍ରି ବିଜେ କରିଥାନ୍ତି ରେ।

କେତେ ରଙ୍ଗ ରସ ହୁଅଇ ଦିହୁଡିତ ଜଳଇ

ଦିଅଁଙ୍କର ଆଗମନରେ ଶ୍ରୀମନ୍ଦିର ହସଇ ।୧୧।


ଗୋଟି ପହଣ୍ଡିତ କରିଯେ ଫେରିଥାନ୍ତି ଠାକୁର

ଆଗ ସୁଦର୍ଶନ ଫେରନ୍ତି ତହୁଁ ଶ୍ରୀ ବଳଭଦ୍ର।

ଶୂନ୍ୟ ପହଣ୍ଡି ରେ ଝୁଲିଣ ସୁଭଦ୍ରାଯେ ଫେରନ୍ତି

ପଛରେ କାଳିଆ ଠାକୁର ରଥୁ ବାହାରିଥାନ୍ତି।

ଚାହାଣି ମଣ୍ଡପୁ ପ୍ରଭୁଙ୍କୁ ଲକ୍ଷ୍ମୀ ଚାହିଁଥାଆନ୍ତି

ଝୁଲିଝୁଲି କଳା ହାତୀଯେ ଚାରମାଳେ ଆସନ୍ତି।୧୨‌


ଅଭିମାନେ ମାଆ ଦୁଆର କବାଟକୁ କିଳନ୍ତି

ଘଣ୍ଟାଏ ପହଡେ ଚାଲଇ କଥା କଟାକଟିଟି।

ମିଠାମିଠା କଥା କହି ଯେ ପୁଣି ମିଠା ଖୁଆଇ

ମାଆଙ୍କ ମନକୁ ପ୍ରଭୁଯେ ନେଇଥାଆନ୍ତି ମୋହି ।

ଅଭିମାନୀ ମାନ ଭାଙ୍ଗିଣ ଦୁଆରକୁ ଖୋଲନ୍ତି

ରତନ ବେଦୀକୁ ଖୁସିରେ ପ୍ରଭୁ ବିରାଜନ୍ତି।୧୩।


ପ୍ରଭୁଙ୍କର ରଥଯାତରା ସାରା ଜଗତେ କ୍ଷାତ

ଭକତ ପାଇଁକି ପ୍ରଭୁଙ୍କ ଏତେ ସବୁଯେ ନାଟ।

ରଥରେ ବାମନ ରୂପରେ କଲେ ପ୍ରଭୁ ଦର୍ଶନ

ପୁନର୍ଜନ୍ମ ହୁଏନାହିଁଟି ପୁରାଣରେ ବର୍ଣ୍ଣନ ।

ଜୟ ଜୟ ଜଗନ୍ନାଥ ହେ ଜୟ ଜଗତ ସାଇଁ

ତୁମ ଲୀଳା ବଖାଣିଲି ହେ ତୁମ ନାମକୁ ଧ୍ଯାଇ।୧୪।


ଏତିକି ମିନତି ପ୍ରଭୁହେ ପାଦପଦ୍ମେ ତୁମର

ତୁମରି ଆଶିଷେ ଠାକୁରେ ହସୁ ସାରା ସଂସାର।

ପ୍ରକୃତି ନକରୁ କୋପଯେ ଆମ ପୃଥିବୀ ପରେ

ସମସ୍ତେ ରୁହନ୍ତୁ ଧରାରେ ପ୍ରଭୁ ସୁଖ ଶାନ୍ତିରେ।

ଜୟଜୟ ଜଗନ୍ନାଥ ହେ ଜୟ ଜଗତ ନାଥ

ଦୋଶାଦୋଷ କୁ ମୋ କ୍ଷମିବ ଆହେ କଳା ସାଆନ୍ତ।୧୫।



Rate this content
Log in

Similar oriya poem from Classics