STORYMIRROR

Hitesh Mohapatra

Classics Others

3  

Hitesh Mohapatra

Classics Others

ନାରୀ ଏକ ମୁଁ

ନାରୀ ଏକ ମୁଁ

1 min
208

ପ୍ରଥା ଆଉ କଥା ମଧ୍ୟରେ 

ଝୁଲି ଯାଇଥିବା ଜୀବନ ଟି ମୁଁ 

ଦୁହିତା ର ଆଖ୍ୟା କୁ ବଞ୍ଚେଇ ରଖିବା ର

ଯୋଧ୍ୟା ଟି ହେଉଛି ମୁଁ 

ନିଜ ସ୍ବପ୍ନ ର ଘିଅ ରେ 

ଅନ୍ୟର ଦୀପ ଜଳେଇପାରେ ମୁଁ 

ଗଛ ପରି ନିଜ ଶରୀରର 

ସମସ୍ତ ଅଙ୍ଗକୁ, ଅନ୍ୟ ପାଇଁ

ସମର୍ପି ଦେଇଥିବା ମଣିଷ ଟି ମୁଁ 

ସନ୍ତାନ ପାଇଁ ଛାତ, ସ୍ୱାମୀ ପାଇଁ କାନ୍ଥ 

ଭାଇ ପାଇଁ ଏକ ମିତ ଓ ବାପା ମା ପାଇଁ ଏକ ବିଶ୍ୱାସ ହେଉଛି ମୁଁ 

ଅପମାନର ବିଷ କୁ ଗଳା ର ଧାରଣ କରି

ଅନ୍ୟକୁ ଆଶୀର୍ବାଦ ଦେଇପାରିବା, ଶକ୍ତି ହେଉଛି ମୁଁ

ତଥାପି,

ମୋ ଜନ୍ମରେ, କମି ଜାଏ ଲୋକଙ୍କ ଖୁସି 

ମାଗୁଥାନ୍ତି ଏକ ପୁଅର ବରଦାନ 

ମୋର ହିଁ, ଚଉଠି ରେ ବସି, 

ଆରମ୍ଭ ଭି ମୁଁ ଆଉ ଅନ୍ତ ଭି ମୁଁ  ।


 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics