STORYMIRROR

Hitesh Mohapatra

Abstract Classics Others

4  

Hitesh Mohapatra

Abstract Classics Others

ମା ଅଛି

ମା ଅଛି

2 mins
9

ମା ଅଛି, ତ ଖାଇଲୁଣି କି ନାହିଁ କିଏ ପଚା ରୁଛି

ମା ଅଛି, ତେଣୁ ଘରକୁ ଫେରିଲା ବେଳକୁ ବିଳମ୍ବ ହେଲେ, ସହେ ଥର ଫୋନ ଆସୁଛି

ମା ଅଛି, ଯିଏ ବେଶୀ ସମୟ ଫୋନ ଦେଖିଲେ, ଗାଳି ଦେଇ ଶୋଇ ବାକୁ କହୁଛି

ମା ଅଛି, ତେଣୁ ଲାଗୁଛି ଘରେ କିଏ ଜଣେ ଜଗିଛି

ମା ଅଛି, ଯିଏ ସକାଳେ ଅଫିସ୍ ଯିବୁ ବୋଲି କହି, ଜଲ୍ଦୀ ଶୋଇ ବାକୁ କହୁଛି

ମା ଅଛି, ତେଣୁ ଘରେ ଦୁଇ ମୁଠା ଭଲ ଖାଇବାକୁ ମିଳୁଛି

ମା ଅଛି, ଯିଏ ସବୁ ଜଟିଳ ସମୟ, ସହଜ ରେ କଟି ଯାଉଛି

ମା ଅଛି, ବୋଲି ସବୁ ସମୟ କୁ ଅତିବାହିତ କରିବାର ସାହସ ଅଛି

ମା ଅଛି, ମଝି ମଝି ରେ ଗାଳି ଶୁଣିଲେ ବୁଦ୍ଧି ଠିକ୍ ରେ କାମ କରୁଛି

ମା ଅଛି, ତେଣୁ ନିଶା ଦ୍ରବ୍ୟ ନିଜଠୁ ୧୦୦ କୋଷ ଦୂରରେ ଅଛି

ମା ଅଛି, ଘର ଟା ଘର ଭଳି ଲାଗୁଛି

ମା ଅଛି, ଘରେ ପୂଜା ପାଠ ର ଶବ୍ଦ କାନ ରେ ବାଜି ଉଠୁଛି

ମା ଅଛି, ତେଣୁ କୋଳ ରେ ଶୋଇ ପଡିଲେ, କେତେ ଦିନ ର ଥକା ମନ ଶାନ୍ତ ହେଇ ଯାଉଛି

ମା ଅଛି, ତେଣୁ ଘରକୁ ସଉଦା ଆଉ ପରିବାପତ୍ର ଆସୁଛି

ମା ଅଛି, ଖାଇବା ନଖାଇବା ରେ ବାରଣ ଅଛି

ମା ଅଛି, ତେଣୁ ସବୁ କିଛି ଜୋଡି ହେଇ ଅଛି

ମା ଅଛି, ତେଣୁ ସଂସ୍କାର ଭୁଲି ନାଯାଇ, ନିଜ ଭିତରେ ବଞ୍ଚିଛି

ମା ଅଛି, ବୋଲି ବାସି ପଖାଳ ଖାଇବାର ଆନନ୍ଦ ମିଳୁଛି

ମା ଅଛି, ସବୁ ସମସ୍ୟା କୁ ହରାଇବାର ସାମର୍ଥ୍ୟ ଅଛି

ମା ଅଛି, ବୋଲି କେବେ କଣ ଖାଇବାର ବରାଦ ଦେଇ ହଉଛି

ମା ଅଛି, ଯଦି ଘରର ଛାତ ଅଛି

ମା ଅଛି, ତେଣୁ ମନ ଭିତରେ ଭୟ ଆଉ ଭକ୍ତି ଉଭୟ ରହୁଛି

ମା ଅଛି, ତେଣୁ ଭୁଲ ରାସ୍ତା ରେ ଯିବା ପୂର୍ବରୁ, ଏକ ଅଦୃଶ୍ୟ ଶକ୍ତି, ହାତ ଧରି ପଛକୁ ଟାଣି ନେଇଛି

ମା ଅଛି ତେଣୁ, ନ କହି ମଧ୍ୟ ମନକୁ କିଏ ବୁଝି ପାରୁଛି 

ମା ଅଛି, ତ ଘରେ ଚଳନ୍ତି ଭଗବାନ ଅଛି

ମା ଅଛି, ତ ସବୁ କିଛି ଅଛି

ସେ ଯଦି ନାହିଁ, ସବୁ ଥାଇ ଭି, ନାହିଁ କିଛି

ମା ଅଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract