STORYMIRROR

Hitesh Mohapatra

Abstract Classics Others

3  

Hitesh Mohapatra

Abstract Classics Others

ହକି

ହକି

1 min
186

ଲୋକେ ପଛେ ଯାଉଥାନ୍ତୁ ଖଟିବା ପାଇଁ ଦାଦନ 

ହେଲେ, ହକି ଖେଳିବା ପାଇଁ ଆମ ମନ ବଡ ଛନ ଛନ । 

କୋଟି କୋଟି ଓଡ଼ିଆଙ୍କୁ ମିଳୁନାହିଁ, ଦୁଇ ମୁଠା ଖାଇବାକୁ 

ମାତ୍ର ଆମର କଣ ଯାଏ, ଆମେ ତ ହେଲୁ ଓଡ଼ିଆ ଫେସବୁକୁ । 

ରାଜ୍ୟ ହେଲାଣି ଭିତରୁ ଖୋଳ, ଶବ୍ଦ ଶୁଭୁଛି ଢାଉଁ ଢାଉଁ 

ଆମେ ନିର୍ଲଯ୍ୟ, ଶକ୍ତି ସବୁ ସରିଗଲାଣି ଆମର, ହକି ଟିକେଟ ପାଇଁ ଧାଉଁ ଧାଉଁ। 

୨୫ ବର୍ଷରେ କଅଁଳି ପାରିଲା ନାହିଁ, ଅଶାର ଗୋଟିଏ ଭି ଗଛ 

ହକି ଖେଳେଇ ଭାବିଛ ବୋଧେ, ଲୁଚେଇ ଦେବ, ନିଜର ସବୁ ମିଛ । 

ଖଣି ମାଫିଆ, ଭୂମି ମାଫିଆ ଆଉ ଲୁଟେରା ମାନଙ୍କର କି ଖୁସି 

ସବୁ କଳା ଧନ ଧଳା ହେଇଯିବ, ହକି-ବଳ ରେ ହୋଇ ଘଷି । 

କେତେ ନାରୀଙ୍କ ଇଜ୍ଜତ ଲୁଟିଲ ନାହିଁ ତାର ଆଉ ହିସାବ 

ମିଳିଲା ଭି ଜାହାର ଫାଇଲ ର ନାହିଁ ତାର ଆଉ ଠାବ । 

ଲକ୍ଷ ଲକ୍ଷ ଯୁବକ ରାଜ ରାସ୍ତାରେ ଚାକିରି ପାଇଁ କରୁଛନ୍ତି ଧର୍ମଘଟ 

ହେଲେ "ମୋ-ସରକାର" ଙ୍କ ହକି ରେ ମନ, ଚଳେଇଛି ଏକ ଅଦ୍ଭୁତ ନାଟ 

ଆଶ୍ଚର୍ଯ୍ୟ ଲାଗେ, ଦେଖି ସରକାରଙ୍କ ଏପରି କାର୍ଯ୍ୟ କଳାପ 

ତାଠୁ ଭି ଆଶ୍ଚର୍ଯ୍ୟ ଲାଗେ ଦେଖି, ଓଡ଼ିଆ ମାନଙ୍କର ନିଜ ରାଜ୍ୟ ପ୍ରତି, ଉପରି ମନଭାଵ 

ତମକୁ ନିନ୍ଦା କରି, ଅବା ମିଳିବ କଣ, କାରଣ ଆମେ ନିଜେ ହେଲୁ ଭିତରୁ ଫମ୍ପା 

ରାଜ୍ୟ ପଛେ ଚୁଲି କି ଯାଉ, ନୂଆ ବରଷ ରେ ଜାଳୁ ଥାଉ ଆମର ଫାଏର-କେମ୍ପା l


 


Rate this content
Log in

Similar oriya poem from Abstract