କାଳିଆ
କାଳିଆ
1 min
188
ନିନ୍ଦୁଥାଏ କାଳିଆ କୁ
ମୁଁ ଯେବେ ଯାଏ ହାରି
କନ୍ଦୁଥାଏ ଡାକୁଥାଏ
ଖୋଜୁ ଥାଏ ସେଇ ଶ୍ରି ହରି ।
ପଢୁଥାଏ ରାମାୟଣ
ଶୁଣୁ ଥାଏ ଗୀତା
ଯେବେ ଚଢିଯାଏ ସାସାଂରିକ ଭୁତ
ସବୁ ଲାଗେ ପିତା ।
ହେ ନାରାୟଣ ଦେଖୁଥାଓ ମୋତେ
ଦୁରେଇ ଦିଅନି ନିଜଠୁ
ଦିଅ ପଛେ ଦୁଖ ମତେ
ପର କର ନାହିଁ ନିଜଠୁ ।
ସବୁ ଜାଣିବି
କେଜାଣି କହାଁକି ହୁଏ ମୁଁ ଅଜଣା
ସିଧା ରାସ୍ତା ଥାଇ ଭି
ହେଇଯାଏ ମୁଁ ବାଟ ବଣା ।
ହେ କୃଷ୍ଣ
ହରେ କୃଷ୍ଣ ହରେ କୃଷ୍ଣ , କୃଷ୍ଣ କୃଷ୍ଣ ହରେ
ହରେ ରାମ ହରେ ରାମ , ରାମ ରାମ ହରେ ହରେ ।