ତୁ ଆଉ ମୁଁ
ତୁ ଆଉ ମୁଁ
ଆଜିର ଦେଖାରେ
ତୁ ଆଉ ସେ ତୁ ନଥିଲୁ
ନା, ମୁଁ ଆଉ ସେ ମୁଁ ହେଇକି ଥିଲି
ନା, ଆମେ ସେ ଆମେ ହେଇକି ଅଛେ
ଖାଲି ଜାହା, ତୁ ମୁଁ ଆଉ ତମେ ।
କେତେ କିଛି ବଦଳି ଗଲାଣି
ଏବେ ତୋ ହାତ ଧରିବା ପୂର୍ବରୁ
ଭାବିବାକୁ ପଡୁଛି
ଦିନ ଥିଲା ,ତୋ ହାତରେ ମୋ ନାମ ,
ଲେଖା ହେଇଥିଲା ।
ସମୟ ସହ କେତେ କିଛି ପରିବର୍ତ୍ତନ
ଜିଇଁବା ମିସି ଆଉ ମାରିବା ମିସି
ଶପଥ ନେଇଥିବା ମଣିଷ
ଆଜି ବଞ୍ଚୁଛେ ପୃଥକ ପୃଥକ ଜୀବନ ।
ନ ଭାବିଥିବା ଘଟଣା
ପାଲଟି ଯାଇଛି ଆଜିର ସତ୍ୟତା
ଯାହା ସତ ଭାବି, ଖୁସି ହେଇଥିଲେ
ତାର ଆଜି ହଜି ଯାଇଛି ସତ୍ତା ।
ସତରେ ଭାବନା କଷ୍ଟ ଦାୟକ
ଆଶା ଏକ ମରୀଚିକା
ଜାଣିବା ସତ୍ତ୍ୱେ, ଆମେ ଦେଖୁଥାଉ ସ୍ବପ୍ନ
କାରଣ, ତାହା ହିଁ , ବଞ୍ଚି ରହିବାର ,
ଏକ ମାତ୍ର ସାଧନ ।

