ସଭ୍ୟ ପାଗଳ
ସଭ୍ୟ ପାଗଳ
ବିନା କାରଣରେ ତାଳି ବଜାଉଥିବା ଦେଖି
କହିଦେଲେ ତାକୁ ଆମେ ପାଗଳ
ଆଛା, ଏମିତି ଏଠି କିଏ ଅଛି ?
ଯିଏ, ଅନୁଭବ କରିନି ନିଜ ଭିତରେ ଥିବା ପାଗଳ । ୧
ନିଜ ପାଗଳାମି କୁ ଠିକ ଦରଶାଇ
ଅନ୍ୟକୁ କରୁ ବଦନାମ
ଭାବିଲ ଥରେ ନିଜ ବିଷୟରେ
ରଖି ପରିଛେ କି, ନିଜ ଉପରେ ନିଜର ଭରଷମ୍ୟ । ୨
କିଏ ପାଗଳ ଟଙ୍କା ପାଇଁ
କିଏ ପାଗଳ ବିପରୀତ ଲିଙ୍ଗ ପଛେ
କିଏ ପାଗଳ ଶକ୍ତି ଆଉ କ୍ଷମତା ପାଇଁ
କିଏ ଧାଉଁଛି ନିଶା ପଛେ । ୩
ଭରିଛି ପାଗଳାମି ସମସ୍ତଙ୍କ ଭିତରେ
ଖାଲି ଯାହା, ଘୋଡ଼ାଇଛେ ସଭ୍ୟତାର ଚାଦର
ସମୟ ଆସିଲେ, ଦେଖେଇ ଦେଉଛେ
ମିଜ ପାଗଳାମିର ନିମ୍ନ ସ୍ତର । ୪
ଆମ ପାଗଳାମି
ଅଲଗା ପ୍ରକାରର
ଆମେ ବଜାଉନା ତାଳି ବିନା କାରଣେ
ମାତ୍ର ବଜାଉ ତାଳି, ନିଶ୍ଚିତ ଭାବେ
ଅନ୍ୟର ଦେଖି ପତନ । ୫
ଅନେକ ମାନସିକ ବିକାର ଧରି
ଅଦୃଶ୍ୟ ବିଷ ଜରା ଶବ୍ଦର ଅସ୍ତ୍ର ଧରି
ବୁଲୁଥାଉ ଏ ସମାଜଜେ, ଚୁପ ସଇତାନ ପରି
ନିଜ ପାଗଳାମି କୁ ସଭ୍ୟର ରଙ୍ଗରେ ଜରି । ୬
ଆମଠୁ ଶହେ ଗୁଣରେ ଭଲ
ଏ ଭାରସମ୍ୟ ହରାଇ ଦେଇଥିବା ଏ ମଣିଷ
ତାର, ଜୀବନଚର୍ଯ୍ୟା ଅଲଗା ହେଇପାରେ
ମାତ୍ର ନୁହେଁ ସେ, ଆମପରି ସଭ୍ୟ ନୃଶଂସ । ୭
ମାଗି ଯାଚି କରି ପେଟ ପୂରିଗଲେ
ସରିଯାଏ ତାର ଦିନ
ଯେତେ ଥିଲେ ଭି ନିଅଣ୍ଟ ଆମକୁ
ଆମେ କଣ ପାଗଳ ?
ଆମ ପରା ସଭ୍ୟ ସମାଜ-ଜନ । ୮