STORYMIRROR

Niranjan Mishra

Abstract

4  

Niranjan Mishra

Abstract

ଯାତ୍ରା

ଯାତ୍ରା

1 min
240


ଆଷାଢ ଶୁକଳ ପକ୍ଷ ଦ୍ବିତୀୟା

ଗୁଣ୍ଡିଚା ଯାତ୍ରାରେ ବିଜେ କାଳିଆ

ତିନି ରଥେ ତିନି ଠାକୁର ଚଳନ୍ତି

ସାଙ୍ଗରେ ଭଉଣୀ ଭାଇ ବଳିଆ। ୧।

ତାଳଧ୍ଵଜ ରଥେ ଭାଇ ବଳିଆ

ଦର୍ପଦଳନରେ ସୁଭଦ୍ରା ମାଆ

ସାଙ୍ଗରେ ଥାଆନ୍ତି ଚକ୍ର ସୁଦର୍ଶନ

ନନ୍ଦିଘୋଷେ ବିଜେ ନିଜେ କାଳିଆ। ୨।

ଆସିଲେ ଆଷାଢ ଶୁକ୍ଳ ଦ୍ଵିତୀୟା

ଗୁଣ୍ଡିଚା ଯାତରେ ମାଉସୀ ମାଆ

ଘରକୁ ଯାଆନ୍ତି ଭକତି ବାଣ୍ଟନ୍ତି

ସଭିଙ୍କର ଫୁଲି ଉଠଇ ହିଆ। ୩।

ଗୁଣ୍ଡିଚା ଯାତ୍ରାଟି ନଅ ଦିନିଆ

ଗୁଣ୍ଡିଚା ବାହୁଡା ଦୁଇ ଦିନିଆ

ଯିବା ଆସିବାରେ ଚାଲିଯାଏ ସିନା

ଅତିଥି ହୁଅନ୍ତି ସାତଦିନ ଦିନିଆ ।୪।

ଜନମ ବେଦୀରେ ଗୁଣ୍ଡିଚା ମାଆ

ପ୍ରେମେ ବାନ୍ଧିଛନ୍ତି ଜଗା ବଳିଆ

ସ୍ବାଦିଷ୍ଟ ଭୋଜନ ପରଷି ଦିଅନ୍ତି

ଆନନ୍ଦରେ ନାଚି ଉଠନ୍ତି ଆହା। ୫।

ବାହୁଡା ବିଜୟ କରେ କାଳିଆ

ତିନି ରଥ ହୋଇ ଅଛନ୍ତି ଠିଆ

ପହଣ୍ଡିରେ ଆସି ଭକତଙ୍କୁ ତୋଷି

ରଥରେ ବିଜୟ ଗଳାମାଳିଆ। ୬।

ଅର୍ଦ୍ଧାସନୀ ତାଙ୍କ ମାଉସୀ ମାଆ

ବଳଗଣ୍ଡି ଠାରେ ହୋଇଛି ଠିଆ

ପୋଡପିଠା ଦେଇ ମନକୁ ତୋଷିବେ

ନୀଳାଚଳେ ଚଳି ଯିବେ କାଳିଆ। ୭।

ମନୁଆ ମନ ତୁ ଶୀଘ୍ର ଚାଲିଆ

ରଥେ ବାମନଙ୍କୁ ଟିକିଏ ଚାହାଁ

ଥରେ ତୁ ରଥରେ ଦେଖି ବାମନଙ୍କୁ

ପୁନର୍ଜନମରୁ ମୁକତି ପାଆ। ୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract