STORYMIRROR

Suniti Devi

Abstract

4  

Suniti Devi

Abstract

କାରାଗାର

କାରାଗାର

1 min
390


ତୁମେ ପ୍ରଚେଷ୍ଟା କରିଥିଲ ଅବ୍ୟକ୍ତ ହେବାକୁ! ତମେ ଧୃତରାଷ୍ଟ୍ର ପାଲଟିଛ!

ତମେ ଜାଣ ମୁଁ କେଵେଠୁ ତ ମରିଯାଇଛି!

ତମେ କଣ ମୋ ଭାଗ୍ୟକୁ ମରାମତି କରିପାରିବ?

ବାରମ୍ଵାର ହାରି ହାରି ଶେଷରେ ମୁଁ ସନ୍ଧି କଲି ସଵୁ ସଂପର୍କ ସହିତ!

ଭେଟିଵାକୁ ମୋ ଭିତରେ ସାଇତା ଦୀର୍ଘଶ୍ବାସକୁ!

ପଲ୍ଲଵିତ ସଵୁ କ୍ଳିଷ୍ଟ ସ୍ବପ୍ନମାନଙ୍କୁ!

 ଅଙ୍କୁରିଯାଇଥିବା ତମ ଭିତରେ ନିଖୋଜ ଆତ୍ମୀୟପଣକୁ!

ଦିନେ ନିଷ୍କପଟ ବର୍ଷାରେ ଭିଜିଥିବା ଆନନ୍ଦର ମୁହୂର୍ତ୍ତମାନଙ୍କୁ

ଆଉ ପାତାଳି ହେଇଥିବା ଆମର ସଵୁ ସତେଜ ଅବଶୋଷକୁ!

ତମେ ନଥିଲେ ରାତି ଏତେ ଲମ୍ବା ଲାଗେ ଯେ ଫୁଲ ସଵୁ ମଉଳି ଯାଆନ୍ତି,ଅଳନ୍ଧୁ ଧରେ ମନ

ତମେ ସେତେବେଳେ ମୋ କୌତୁକିଆ ବିଷାଦମାନଙ୍କୁ ଅସୁକ୍ଷରିତ କର!

ଦ୍ଵନ୍ଦ୍ଵରେ ପଡ ନିହାତି ଭାବରେ ବଦଳାଇ ଦେବାକୁ ତମ ଵଞ୍ଚିବାର ପ୍ରଣାଳି!

 ମୋ ସାମର୍ଥ୍ୟକୁ ଉପହାସ କରି ତମ ଜନ୍ମସିଦ୍ଧ ଅଧିକାରକୁ ଢାଲ କରି!

ଆକାଶରୁ ନୂଆ ସୂର୍ଯ୍ୟ ଵାହାରେ

ମୁଁ ତମକୁ ଉପେକ୍ଷା କରି ଅଦୃଶ୍ୟର ହାତ ଧରି ଚାଲେ ତମ ହାତ ଛାଡି!

ତମେ କଳାତ୍ମକ ଆଶ୍ବସ୍ତିରେ ତମ ମନ ଭର!

ଆଉ ଏକ ପୋଷାକ ପିନ୍ଧି ମୋ ପାଖ ଦେଇ ଚାଲୁଥାଅ।

ମୁଁ ମୂର୍ତ୍ତି ହେଇଯାଏ,ଗଚ୍ଛିତ କରେ ତମର ମୋ ପ୍ରତି ଭୟକୁ।

ଉଦାସ ଅପରାହ୍ନ ପରି ତମେ ଅପହଞ୍ଚ ହୁଅ।

ୟା ପରେ ମୋତେ ମାରିବ ବା କେମିତି!

ବରଂ ତମର ହୃତ ସ୍ପନ୍ଦନ ଜଡ଼ ପାଲଟିଛି!

ତମେ କେଇପାଦ ଆଗେଇଲା ପରେ ମୋ ଅସ୍ମିତା ତମ ପାଇଁ ଭସ୍ମ ହେଇଛି।

ସେଇଠି ଥାଅ,ତମର ସଵୁ ପ୍ରାପ୍ତି ଏବେ ସ୍ଵତଃସିଦ୍ଧ!ଏଵେ କାରାଗାରରେ ତମେ ମୁଁ ନୁହଁ!ମୁଁ ମାଟିରେ ମାଟି ହେବା ଅପେକ୍ଷାରେ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract